Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଦହିତା ହାଇସ୍କୁଲରେ ତାଲିମ ପ୍ରାପ୍ତ ସ୍କାଉଟ୍ ମାଷ୍ଟର ଓ ଗାଇଡ୍ କ୍ୟାପଟେନ୍ ।

ଦହିତା ହାଇସ୍କୁଲରେ ତାଲିମ ପ୍ରାପ୍ତ ସ୍କାଉଟ୍ ମାଷ୍ଟର ଓ ଗାଇଡ୍ କ୍ୟାପଟେନ୍ ।

ପଦ୍ମପୁର-ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନା ଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର ପଟେଲ ଙ୍କ ଉପସ୍ଥିତିରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ସ୍କାଉଟ୍ ଗାଇଡ୍ ସମବେତ ଭାବେ ରାଜ୍ୟ ଭାରତ ସ୍କାଉଟ୍ ଗାଇଡ୍ ଅଧୀନରେ ତାଲିମ୍ ପ୍ରାପ୍ତ ହୋଇ ପ୍ରତ୍ୟାବର୍ତ୍ତନ କରିଥିବା ଗାଇଡ୍ କ୍ୟାପଟେନ୍ ସୋନାଲିକା ଶବର ଓ ସ୍କାଉଟ୍ ମାଷ୍ଟର ତ୍ରିଲୋକେଶ ବରିହା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ଛାତ୍ର ଛାତ୍ରୀ କୀର୍ତ୍ତନ କରି ପାଛୋଟି ଆଣିବା ସହ ସେମାନଙ୍କୁ ଉତ୍ତରୀୟ ଓ ଫୁଲ୍ ତୋଡା ଦେଇ ଏକ ଭବ୍ୟ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଏକ ଗାରିମାମୟ ପଦକ୍ଷେପ ନେଇ ସ୍କାଉଟ୍ ଗାଇଡ୍ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦିଆ ଯାଇଥିଲା।

error: Content is protected !!