Saturday, April 19, 2025
spot_imgspot_imgspot_img
HomeUncategorizedସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ ବିକାଶ ଦିବସ ଅନୁଷ୍ଠିତ ।

ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ ବିକାଶ ଦିବସ ଅନୁଷ୍ଠିତ ।

ପଦ୍ମପୁର- ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ରେ ପଦ୍ମପୁର ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ ବିକାଶ ଦିବସ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସାମୂହିକ ଶାରୀରିକ କାଳାଂଶରେ ପ୍ରଦୀପ ରାଜହଂସ ପରିଚାଳନା ରେ ସମତା, ଦୃତ ବ୍ୟାୟାମ ଯୋଗ ର ଅଭ୍ୟାସ ଓ ସଂଘ ପ୍ରାର୍ଥନା କରାଯାଇଥିଲା । ପରେପରେ ଉପସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ ।

ଶିକ୍ଷା ବିକାଶ ସମିତି ବିଦ୍ୱତ ପରିଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଭାରତୀୟ ସଂସ୍କୃତି ଆଧାରରେ ଜଣେ ଆଚାର୍ଯ୍ୟ ଙ୍କ ଭୂମିକା ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ । ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର, ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଦ୍ୱାଦଶ କୁମାର ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ ।

ବୈଦିକ ଗଣିତ ଉପରେ ଦୁଇଟି କାଳାଂଶ ସୁରେନ୍ଦ୍ର ସାହୁ ଶିକ୍ଷାଦାନ କରିଥିଲେ। ଭୋଜନ ବିରତି ପରେ ଶିକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ସମସ୍ତ ବିଷୟର କଠିନତ୍ୱ ଦୂରୀକରଣ ଆଲୋଚନା କରାଯାଇଥିଲା ।ଏଥିରେ ସଂକୁଳ ଅନ୍ତର୍ଗତ ୯ଟି ଶିଶୁ ମନ୍ଦିରରୁ ୧୬୦ ଜଣ ଗୁରଜୀ ଗୁରୁମା ନିଜ ନିଜର ଶୈକ୍ଷିକ ଦକ୍ଷତା ର ବିକାଶ ନିମିତ୍ତ ଯୋଗ ଦେଇ ଥିଲେ ।ସମସ୍ତ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।

error: Content is protected !!