Saturday, March 7, 2026
Homeଅଘଟଣବାରଗୁଡ଼ା ନାଗବାଚା ଦେହେରୀଙ୍କ ବିୟୋଗ ।

ବାରଗୁଡ଼ା ନାଗବାଚା ଦେହେରୀଙ୍କ ବିୟୋଗ ।

ବରପାଲି-ବରପାଲି ବ୍ଲକ ବାରଗୁଡ଼ା ନାଗବାଚା ମୁଖ୍ୟ ଦେହେରୀ ସାଗର ପଧାନଙ୍କ ମୃତ୍ୟୁ ହୋଇଯାଇଛି। ଅଞ୍ଚଳରେ ଖବରଟି ପ୍ରସାରିତ ହେଲାପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ଶାରୀରିକ ଅସୁସ୍ଥତା କାରଣରୁ ବହୁ ଦିନରୁ ପିଡିତା ଭାବରେ ଚିକିତ୍ସିତ ହେଉଥିଲେ। କିଛି ଦିନ ପୁର୍ବରୁ ସ୍ବାସ୍ଥ୍ଯବସ୍ଥାର ଅବନତି ଦେଖାଦେବାରୁ ପରିବାର ଲୋକଙ୍କ ସହାୟତାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଚିକିତ୍ସିତ ହେଉଥିବା ବେଳେ ଗତ ରାତିରେ ବୁର୍ଲା ବଡ଼ ଡ଼ାକ୍ତରଖାନାରେ ଦେହାନ୍ତ ହୋଇଥିଲା। ତାଙ୍କର ଅନ୍ତିମ ସମୟରେ ଦୁଇ ଭାଇ ନାଗର ଓ ଡିଂଙ୍ଗର ସହିତ ପୁଅ ସ୍ଵାଧୀନ,ଲୋକେଶଙ୍କ ସମେତ ନାଗବାଚା ପୂଜା କମିଟି କର୍ମକର୍ତ୍ତା ଓ ଭକ୍ତମଣ୍ତଳି ଏବଂ ଶତାଧିକ ଗ୍ରାମର ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ।

error: Content is protected !!