Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିୟୁଥ୍ ରେଡକ୍ରସ ତରଫରୁ ବିରେନ୍ଦ୍ର କୁମାର ମହାବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

ୟୁଥ୍ ରେଡକ୍ରସ ତରଫରୁ ବିରେନ୍ଦ୍ର କୁମାର ମହାବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଠଉମାଲ ସ୍ଥିତ ବିରେନ୍ଦ୍ର କୁମାର ଡିଗ୍ରୀ ମହାବିଦ୍ୟାଳୟ ଠାରେ ୟୁଥ୍ ରେଡକ୍ରସ ଓ ଜାତୀୟ ସେବା ଶିବିର ମିଳିତ ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବନା ସେଠ୍ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝି, ସମ୍ମାନିତ ଅତିଥି ଭାବରେ ତହସିଲଦାର ଟିଟସ ମହାନନ୍ଦିଆ, ପରିଚାଳନା କମିଟି ସଭାପତି ପ୍ରଣୟ କୁମାର ସାହୁ, ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ଜୟକେତନ୍ ତ୍ରିପାଠୀ, ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡା, ସରପଞ୍ଚ ଶରତ କାଲୋ, ୟୁଥ୍ କ୍ଲବ୍ ସଭାପତି ରଞ୍ଜନ ପଣ୍ଡା, ଅମୁଲ୍ୟ ଯୋଷୀ ପ୍ରମୁଖ ଯୋଗ ଦେଇଥିଲେ ।ମହାବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ଯୋଷୀ ଅତିଥିମାନଙ୍କୁ ଭିତ୍ତିଭୂମିର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ।

ଉକ୍ତ ସଭାରେ ବିଡିଓ ତାଙ୍କ ଅଭିଭାଷଣରେ ଯଥା ଶୀଘ୍ର ମହାବିଦ୍ୟାଳୟର ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ସ୍ବର୍ଗତ ବିରେନ୍ଦ୍ର କୁମାର ସାହୁଙ୍କ ଜନ୍ମ ବାର୍ଷିକ ଅବସରରେ ମହାବିଦ୍ୟାଳୟର ପ୍ରଥମ ବାର୍ଷିକ ସାଂସ୍କୃତିକ ମହୋତ୍ସବ ପାଳନ କରିବା ପାଇଁ ତାଙ୍କ ସୁପୁତ୍ର ବ୍ଲକ ଅଧ୍ୟକ୍ଷ ତଥା ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ ପ୍ରତିଶ୍ରୁତି ଦେଇଥିଲେ । ସଭା ପରେ ଅତିଥିମାନଙ୍କ ଦ୍ଵାରା ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିବା ବେଳେ ପରିବେଶ ସୁରକ୍ଷା ଦିଗରେ ସଚେତନତା ପାଇଁ ଛାତ୍ରୀ ମାନଙ୍କ ଦ୍ଵାରା ଏକ ସୁନ୍ଦର୍ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ଇଂରାଜୀ ବିଭାଗ ଅଧ୍ୟାପିକା ଧନେଶ୍ୱରୀ ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଇତିହାସ ବିଭାଗ ଅଧ୍ୟାପକ ମୋହନ ଦାଶ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

error: Content is protected !!