Saturday, March 7, 2026
Homeଅଘଟଣବଜ୍ରାଘାତରେ ଯୁବକ ଆହାତ ।

ବଜ୍ରାଘାତରେ ଯୁବକ ଆହାତ ।

ବରପାଲି-ବରପାଲି ବ୍ଲକ ସୁଜିଆ ଗ୍ରାମରେ ବଜ୍ରାଘାତରେ ଜଣେ ଯୁବକ ଆହାତ ହୋଇଥିବା ଜଣାପଡିଛି। ବୁଧବାର ଅପରାହ୍ନ ସମୟରେ ବର୍ଷା ହେଉଥିବା ବେଳେ ଆଲୋକ ମହାନନ୍ଦ (୧୮) ବାହାରୁ ଆସି ନିଜଘର ବାଡିପଟରେ ଧୁଆଧୋଇ ହେଉଥିଲେ। ଏହି ସମୟରେ ଅଚାନକ ଘଡଘଡି ସହ ବିଜୁଳୀ ମାରିଥିଲା। ଆଲୋକ ଗୋଡହାତ ଧୋଉଥିବା ବେଳେ ବଜ୍ରାଘାତର ଶିକାର ହୋଇ ପଡି ଯାଇଥିଲେ।

ପରିବାର ଲୋକେ ପ୍ରଥମେ ଆଗଲପୁର ସିଏଚସିରେ ଭର୍ତ୍ତି କରିଥିଲେ। ପରେ ପୁନଃ ବରପାଲି ଡାକ୍ତରଖାନାକୁ ଆଣି ଡାକ୍ତରଙ୍କ ପରାମର୍ଶ ଲୋଡିଥିଲେ। ଆଲୋକର ଡାହାଣ ଗୋଡ ଆଣ୍ଠୁ ନିକଟରେ ଆଘାତ ଲାଗିଥିବା ଜଣାପଡିଥିଲା।

error: Content is protected !!