Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସାର୍ବଜନୀନ ଦୂର୍ଗାପୂଜା ଉପହାର କୁପନ ଓ ସହାୟତା ରାଶି ବହି ଉନ୍ମୋଚିତ ।

ସାର୍ବଜନୀନ ଦୂର୍ଗାପୂଜା ଉପହାର କୁପନ ଓ ସହାୟତା ରାଶି ବହି ଉନ୍ମୋଚିତ ।

ପଦ୍ମପୁର – ପଦ୍ମପୁର ରାଜବାଟୀ ସ୍ଥିତ ଦୂର୍ଗା ମଣ୍ଡପ ଠାରେ ସାର୍ବଜନୀନ ଦୂର୍ଗାପୂଜା କମିଟୀର ଚଳିତ ବର୍ଷର ଉପହାର କୁପନ ବହି ଓ ସହାୟତା ରାଶି ବହି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଶୁଭ ମୂହୁର୍ତ୍ତରେ ମାଆ ଦୂର୍ଗାଙ୍କ ପୂଜାର୍ଚ୍ଚନା ଓ ଆଶୀର୍ବାଦ ନେଇ ବହି ଗୁଡିକ ଉନ୍ମୋଚିତ ହୋଇଥିଲା ।

ସଭାପତି ପ୍ରତାପ ମିଶ୍ର, ସମ୍ପାଦକ ବୁଲୁ ସାହୁ, ସହ ସମ୍ପାଦକ ଅଶୋକ ମିଶ୍ର, ଉପସଭାପତି ଅଜିତ ଶତପଥୀ, କୋଷାଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲ, କମିଟିର ସଦସ୍ୟ ଶ୍ୟାମଳ ଦାସ, ବାବୁଲୁ ଦୋରା, ନାରାୟଣ ପୁରୋହିତ, ସନ୍ତୋଷ ମହାନ୍ତି, ଅଚ୍ୟୁତା ସେଠ, ନବ ବରିହା, ଅନୀଲ ଅଗ୍ରୱାଲ,ସୁନୀଲ ଅଗ୍ରୱାଲ, ଆଶିଷ ବଂଶଲ, ଜୟରାମ ମହାପାତ୍ର, ନରସିଂହ ପଟ୍ଟନାୟକ, ଭରତ ପଣ୍ଡା ,ଦୁର୍ବାଦଳ ସାହୁ,ମହେଶ ବେହେରା ,ସରୋଜ ମିଶ୍ର ଓ ବିଜୟ ବହିଦାର ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

ଚଳିତ ବର୍ଷ ଉପହାରରେ ଭାବରେ ବଜାଜ ପଲସର୍ ବାଇକ ଓ ଇଲେକ୍ଟ୍ରି ସ୍କୁଟି ସମେତ ଆଉ ୨୧ ଟି ଅନ୍ୟାନ୍ୟ ସାମଗ୍ରୀ ରହିଛି ଓ ଉପହାର କୁପନ ଉଠାଣ ଦଶହରା ଦଶମୀ ଦିନ ହେବ ବୋଲି କମିଟୀ ର ସଭାପତି ପ୍ରତାପ ମିଶ୍ର ପ୍ରକାଶ କରିଛନ୍ତି ।

error: Content is protected !!