Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଅଷ୍ଟମ ଯୁବାମଞ୍ଚ ସ୍ଥାପନା ଦିବସରେ ରକ୍ତଦାନ ଶିବିର ।

ଅଷ୍ଟମ ଯୁବାମଞ୍ଚ ସ୍ଥାପନା ଦିବସରେ ରକ୍ତଦାନ ଶିବିର ।

ବରପାଲି-ବରପାଲି ତହସିଲ ଛକ ସ୍ଥିତ ଜୟ ଜଗଦମ୍ବା କ୍ଲବ ପରିସରରେ ପଶ୍ଚିମ ଓଡିଶା ଯୁବାମଞ୍ଚର ଅଷ୍ଟମ ସ୍ଥାପନା ଦିବସ ପାଳିତ ହୋଇଯିଇଛି। ଏହି ଅବସରରେ ବରପାଲି ଓ ଭେଡେନ ବ୍ଳକ ଜାମଡୋଲ ୟୁପି ସ୍କୁଲ ପରିସରରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ରବିବାର ପୁର୍ବାହ୍ନରେ ମୁଖ୍ୟଅତିଥି ଭାବରେ ସ୍ଥାନିୟ ଏନଏସି ଅଧ୍ଯକ୍ଷ ଦିନେଶ ଗହିର କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଗୌରହରି ମିଶ୍ର,ପଦ୍ମଲୋଚନ ପଣ୍ତା,ସୌରଭ ସାହୁ,ବନ୍ତରାମ ସେଠ,ଗୋକୁଳ ଗହିର,ପ୍ରଦ୍ଯୁମ୍ନ ତ୍ରିପାଠୀ,ପ୍ରଭୁଚରଣ ମହାନ୍ତି,ଆଦିବାସୀ ସଂଘ ସଭାପତି ଧରମରାଜ ସିଂ ବରିହା,ମୁନୁ ରାଏ,ଅଭୟ ପଟ୍ଟନାୟକ, ଚିତରଞ୍ଚନ ସାହୁ |ବଣିକସଂଘ ସଭାପତି ଅଶୋକ ପଣ୍ଡା,ସମ୍ପାଦକ ଅଶୋକ ପାତ୍ର,ଶିତଳଷଷ୍ଠି ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ,ସମ୍ପାଦକ ଜୟନ୍ତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

ଅତିଥି ମାନେ ସଚେତନତା ସଭାରେ ରକ୍ତଦାତା ମାନଙ୍କୁ ପ୍ରୋତ୍ସାହିତ କରିବା ସହ ଆୟୋଜକ ସଂସ୍ଥାର ସମାଜସେବା,କର୍ମଠ ଭାବନା,ସହଭାଗି, ଅବଦାନ ସମ୍ପର୍କିତ କାର୍ଯ୍ଯକଳାପ ଉପରେ ଆଲୋଚନା କରିଥିଲେ। ପରିଚାଳନାରେ ଅନୁରାଗ ସେଠ,ସତ୍ଯମ ପୃଷ୍ଟି,ବିବୁଲୁ ତଣ୍ତକାର,ଆଜାଦ ତ୍ରିପାଠୀ,ଅଚ୍ଯୁତ ନାଗ ସହାୟତା କରିଥିବା ବେଳେ ଡିରେକ୍ଟର ବେହେରା ସ୍ଵାଗତ ଜଣାଇଥିଲେ। ଏହି ଅବସରରେ ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା ତଥା ସଦସ୍ଯ ମାନେ ଉପସ୍ଥିତ ରହି ଉତ୍ସାହ ପ୍ରଦାନ କରିଥିଲେ। ବରପାଲି ଶିବିରରୁ ୬୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଜାମଡୋଲ ଶିବିରରୁ ୫୫ୟୁନିଟ ସଂଗୃହିତ ହୋଇଥିଲା। ଶିବିର ପରିଚାଳନାରେ ହିମାଶୁଂ ମହାକୁର, ଚନ୍ଦନ ସରାଫ,ରବି ଭୋଇ,ଶିକୁ କର୍ମି,ହିମାଶୁଂ ବନଛୋର ପ୍ରମୁଖଙ୍କ ସହ ଯୁବାଗୋଷ୍ଠି ସହାୟକ ସାଜିଥିଲେ। ବୁର୍ଲା ଡାକ୍ତରଖାନା ରେଡକ୍ରସ ସଂସ୍ଥାକୁ ଶିବିର ଦ୍ବୟର ସଂଗୃହିତ ରକ୍ତଥୈଳୀ ମାନ କର୍ମକର୍ତ୍ତା ମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା ।

error: Content is protected !!