Saturday, March 7, 2026
Homeଖେଳଆନ୍ତଃ ଜିଲ୍ଲା ମହିଳା ପିସି ବେହେରା ଫୁଟବଲ୍ ଟୁର୍ନାମେଣ୍ଟ ଶୁଭାରମ୍ଭ।

ଆନ୍ତଃ ଜିଲ୍ଲା ମହିଳା ପିସି ବେହେରା ଫୁଟବଲ୍ ଟୁର୍ନାମେଣ୍ଟ ଶୁଭାରମ୍ଭ।

ବରପାଲି-ଫୁଟବଲ ଏସୋସିଏସନ ଅଫ ଓଡ଼ିଶା ଓ ବରଗଡ଼ ଜିଲ୍ଲା କ୍ରୀଡା ସଂସଦ ମିଳିତ ଆନୁକୁଲ୍ୟରେ ଆୟୋଜିତ ବରିଷ୍ଠ ମହିଳା ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ସୂଭାରମ୍ଭ ହୋଇଯାଇଛି। ପ୍ରତିଯୋଗିତାଟି ଚାରୋଟି ଜୋନରେ ଖେଳା ଯାଉଥିବା ବେଳେ କଦଲିପାଲି ଆନନ୍ଦ ଖେଳପଡିଆରେ ପ୍ରଥମ ଖେଳଟି ବଲାଙ୍ଗିର ଓ କେଉଁଝର ଦଳ ମଧ୍ଯରେ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ଅପରାହ୍ନରେ କଦଲିପାଲି ଏଥେଲେଟିକ ଏସୋସିଏସନ ସହଯୋଗରେ ଆୟୋଜିତ ପ୍ରତିଯୋଗିତାକୁ ମୂଖ୍ଯଅତିଥି ଭାବରେ ଲେଣ୍ତା ସରପଞ୍ଚ ସୁଜାତା ବେହେରା ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବରେ ବାଗବାଡି ସମିତିସଭ୍ଯ ଗୋବିନ୍ଦ ସାହୁ, ମହୁଲପାଲି ସମିତିସଭ୍ଯା ସ୍ବର୍ଣ୍ଣମୟୀ ଭୋଇ,ଲେଣ୍ତା ସମିତିସଭ୍ଯା ବିମଳା ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଏସୋସିଏସନ ସଭାପତି କ୍ଷିତିପତୀ ପଧାନଙ୍କ ସଭାପତିତ୍ବରେ ପରିଚାଳିତ ସଭାକାର୍ଯ୍ଯ ଅଧ୍ଯାପକ ସୁବଳ ମେହେରଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା। ଉଦଘାଟନୀ ଖେଳରେ କେଉଁଝର ଦଳ ବିଜୟ ହାସଲ କରିଥିଲା। ଆସନ୍ତା କାଲି ବରଗଡ ଓ ପୂରୀ ଦଳ ମଧ୍ଯରେ ଖେଳ ହେବ ବୋଲି ଜଣାପଡିଥିଲା। ଫାଇନାଲ ମୁକାବିଲା ସେପଟେମ୍ବର ୧ ତାରିଖରେ ବରଗଡରେ ଅନୁଷ୍ଠିତ ହେବାକୁ ଧାର୍ଯ୍ଯ କରାଯାଇଛି।

error: Content is protected !!