Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମହିଳା ସ୍ନାତକ ମହାବିଦ୍ୟାଳୟରେ ସ୍ଵଭାବକବିଙ୍କ ଜୟନ୍ତୀ ପାଳିତ।

ମହିଳା ସ୍ନାତକ ମହାବିଦ୍ୟାଳୟରେ ସ୍ଵଭାବକବିଙ୍କ ଜୟନ୍ତୀ ପାଳିତ।

ବରପାଲି-ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ସ୍ଵଭାବ କବିଙ୍କ ୧୬୨ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ଯାପକ ଯତୀନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ସଭାକାର୍ଯ୍ଯ ସଂଚାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପଣ୍ଡା ଓ ମୁଖ୍ୟବକ୍ତା ଭାବେ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ବରଗଡ ଅଧ୍ୟକ୍ଷ ସରୋଜ କୁମାର ଦେବତା ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ବାରା କବିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ଦ୍ଵୀପ ପ୍ରଜ୍ବଳନ ପର୍ବ ସମ୍ପର୍ଣ୍ଣ ହୋଇଥିଲା।

ଏହି ଅବବସରରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ଵାଗତ ଓ ସମାପ୍ତି ସଙ୍ଗୀତ ଗାନ କରାଯାଇଥିଲା। ଓଡ଼ିଆ ଅଧ୍ୟାପିକା ପିଙ୍କି ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇତିହାସ ବିଭାଗ ଅଧ୍ୟାପିକା ନିଳୀମା ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ନେପାଲ ବିଶ୍ଵାଳ,ଶଶାଙ୍କ ଶେଖର ପଧାନ,ସାର୍ଥକ ପାଣିଗ୍ରାହୀ ଅଧ୍ୟାପିକା ଜ୍ୟୋତି ସାହୁ,ସସ୍ମିତା ମେହେର,ଶୋଭାବତୀ ଥପା,ମନୀଷା ଭୋଇ,ପରିଣୀତା ପଧାନ, ସହକର୍ମୀ ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା,ତ୍ରିପୁରା ବେହେରା ସାମିଲ ହୋଇଥିଲେ।

error: Content is protected !!