Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବରପାଲି ମହାବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ।

ବରପାଲି ମହାବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ।

ବରପାଲି-ବରପାଲି ମହାବିଦ୍ୟାଳୟ ପରିସରରେ ସ୍ଵଭାବ କବିଙ୍କ ପବିତ୍ର ଜୟନ୍ତୀ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନଃ ମହାବିଦ୍ଯାଳୟ ଅଧ୍ଯକ୍ଷ ଡ. ରବୀନ୍ଦ୍ର କୁମାର ଗଡତିଆ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ସତଲମା ମହାବିଦ୍ୟାଳୟ, ସତଲମା ମହାବିଦ୍ଯାଳୟ ଓଡିଆ ଅଧ୍ୟାପକ ଲୋକବନ୍ଧୁ ପଧାନ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଗଙ୍ଗାଧର ସାହିତ୍ୟର ବିବିଧ ଦିଗ ଓ ସାହିତ୍ଯିର ଗାରିମା ମାଧୁର୍ଯ୍ଯ ଉପରେ ଆଲୋକପାତ ମାଧ୍ଯମରେ ଛାତ୍ରଛାତ୍ରୀଙ୍କୁ ସୂଚନା ପ୍ରଦାନ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ଯାପକ ଡ. ପ୍ରହଲ୍ଲାଦ ଦେବତା ।

ସଭାକାର୍ଯ୍ଯ ଅଧ୍ୟାପକ ଉତ୍ତର କୁମାର ଗଡତିଆଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା। ଅଧ୍ୟାପକ ବିଶ୍ଵନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ତୃତୀୟ ବର୍ଷର ଛାତ୍ରୀ ବିନୋଦିନୀ, ସନ୍ଧ୍ୟା ଓ ଶୁଭଶ୍ରୀ ପ୍ରମୁଖ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଚୟନିତ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ପ୍ରାଧ୍ୟାପକ ସୁଶୀଲ କୁମାର ଶତପଥୀ, ପ୍ରାଧ୍ୟାପିକା ମମତା ସାହୁ, ଅଧ୍ୟାପକ ଧୀରୋଜ ତ୍ରିପାଠୀ, ଡ. ସଂବିତା ପ୍ରଧାନ, ଅଧ୍ୟାପକ ଅରୁଣ କୁମାର ବାରିକ, ଡ. ନୀଲମ ଦେବତା, ନତାଶା ସିକନ୍ଦର, ଦେବାଙ୍ଗିନୀ ସାହୁ, ଭକ୍ତବନ୍ଧୁ ପଧାନ, ଗଣେଶ ମିଶ୍ର ତଥା ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀଙ୍କ ସହିତ ଶତାଧିକ ଛାତ୍ରଛାତ୍ରୀ ସଭାରେ ଉପସ୍ଥିତ ରହିଥିଲେ।

error: Content is protected !!