ବରପାଲି-ବରପାଲି ବ୍ଲକ ସତଲମା ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ପରିସରରେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି | ସତଲମା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଲିଙ୍ଗରାଜ ବେହେରାଙ୍କ ଅଧ୍ଯକ୍ଷତାରେ ପରିଚାଳିତ କାର୍ଯ୍ୟକ୍ରମ ଅଧ୍ୟାପକ ଲୋକବନ୍ଧୁ ପ୍ରଧାନଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା। ଏଥିରେ ସୋହେଲା ମହାବିଦ୍ୟାଳୟ ପ୍ରାକ୍ତନ ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଡ. ଉପେନ୍ଦ୍ର ମହାପାତ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଚଞ୍ଚଳ ପଧାନ ଓ ଶ୍ରୀପତି ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ। ଅତିଥି ମାନେ କବିଙ୍କ ସାହିତ୍ଯ କାଳଜୟୀ,ଚେତନା,ମାର୍ମିକ ଭାବଧାରା, ଆଧ୍ଯାତ୍ମିକ ଜାଗରଣ ସହ ଉତ୍ସବର ଗାରିମାକୁ ନେଇ ବର୍ଦ୍ଧନ କରିଥିଲେ l
ସହ କର୍ମଚାରୀ ପଞ୍ଚାନନ ବେହେରାଙ୍କ ନେତୃତ୍ବରେ ବୁଦ୍ଧଦେବ କାଣ୍ତ ଓ ଦୀନବନ୍ଧୁ ସାହୁଙ୍କ ସହଯୋଗରେ ଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ଏବଂ ସମାପ୍ତି ସଙ୍ଗିତ ଗାନ ହୋଇଥିଲା। ପରିଚାଳନାରେ ଅଧ୍ଯାପିକା ସମ୍ପଦ ସିଂହନା,ଚେତନା ପଧାନ,ଅସିମା କର୍ମି,ଦେବାଶିଷ ଦାଶ,ସୋନାଲି ନାଏକ,ବାବୁଲୁ ତ୍ରିପାଠୀ,ଶ୍ଯମସୁନ୍ଦର ଭୁଏ,ସୁଶାନ୍ତ ତ୍ରିପାଠୀ, ମୀନକେତନ ରଣା,ଅଶୋକ ସାହୁ,କୂଳରଞ୍ଜନ ସାହୁ ପ୍ରମୁଖ ସହାୟତା କରିଥିଲେ। ଅଧ୍ଯାପକ ଲୋକବନ୍ଧୁ ପଧାନ ସ୍ବାଗତ ଜଣାଇଥିବା ବେଳେ ଅଧ୍ଯାପିକା ଚେତନା ପଧାନ ଧନ୍ଯବାଦ ଅର୍ପଣ କରିଥିଲେ।ପରେ ଗଙ୍ଗାଧରଙ୍କ କାବ୍ଯ ସାହିତ୍ଯ ଆଧାରିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା।