Monday, May 12, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଗୌଡମାଲ ଗ୍ରାମରେ ୭୮ ତମ ଝୁଲଣ ଯାତ୍ରା ମହୋତ୍ସବ ।

ଗୌଡମାଲ ଗ୍ରାମରେ ୭୮ ତମ ଝୁଲଣ ଯାତ୍ରା ମହୋତ୍ସବ ।

ଝାରବନ୍ଧ(ବଂଶିଧର ନାୟକ) – ବରଗଡ଼ ଜିଲ୍ଲା ଝାରଵନ୍ଧ ବ୍ଲକ ଅନ୍ତର୍ଗତ ଗୌଡ଼ମାଳ ଗ୍ରାମ ରେ ୭୮ ବର୍ଷ ହେବ ଝୁଳଣ ଯାତ୍ରା ପାଲିତ ହୋଇ ଆସୁଅଛି। ଗୌଡମାଲ ଗ୍ରାମ ରେ ବିଗତ ବହୁବର୍ଷ ପୂର୍ବେ ଗାଈ ଗୋରୁଙ୍କୁ ବିଭିନ୍ନ ମହାମାରୀର ରୋଗ ରେ ଆକ୍ରାନ୍ତ ହେଉଥିଲେ। ସେଥିପାଇଁ ଗାଇ ଗୋରୁଙ୍କ ସୁରକ୍ଷା ପାଇଁ ମନ୍ଦିର‌ ପୂଜକ ସଂକଳ୍ପ କରିଥିଲେ ଯେ ଶ୍ରାବଣ ମାସ‌ର ତୃୟୋଦଶୀ,ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମା ଦିନ ପ୍ରଭୁ ରାଧାକୃଷ୍ଣଙ୍କ ୨୪ ପ୍ରହରୀ ଅଖଣ୍ଡ ଦୀପ ଜାଳି ତିନି ଦିନ ଧରି ସଂଚାର ପରିବେଷଣ କରାଯାଇଥାଏ। ବଲଭଦ୍ରଙ୍କ ଜନ୍ମ ଉତ୍ସବ ମଧ୍ୟ ପାଳନ କରାଯାଇଥାଏ।ରଥ ଦୋଲି ରେ ଝୂଲଣ କରି ମହାପ୍ରଭୁ‌ ରାଧାକୃଷ୍ଣ ଙ୍କୁ ସମଗ୍ର ଗୌଡମାଲ ଗ୍ରାମ ପରିକ୍ରମା କରିଥିଲେ ।

ବାଦ୍ୟ ନୃତ୍ୟ ହରିବୋଲ ହୁଲ ବୁଲି ରେ ସମଗ୍ର ଗ୍ରାମ ମୁଖରିତ ହେଉଥିଲା।ଚଳିତ ବର୍ଷ ୭୮ ବର୍ଷ ପୁରଣ ହୋଇଥିବାରୁ ,ସଂଚାର କଳାକାର ‌ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଞ୍ଚାର କଳାକାର ଦ୍ଵୟ ହେଲେ ଶ୍ରୀ ଅଲେଖ ସାହୁ ଓ ଶ୍ରୀ ବାସୁଦେବ ପ୍ରସାୟତ। ଶ୍ରୀ ଅଲେଖ ସାହୁ ଙ୍କୁ ବର୍ତ୍ତମାନ ୮୪ ବର୍ଷ ରେ ମଧ୍ୟ ସଞ୍ଚାର ପରିଵେଶଣ କରି ଦର୍ଶକ ମାନଙ୍କୁ ମନମୁଗ୍ଧ କରୁଛନ୍ତି।ସେ ଗୌଉଡମାଲ ଗ୍ରାମକୁ ନିଜ ଗ୍ରାମ ଵଲିଭାଵନ୍ତି ଓ ସଞ୍ଚାର ପରିଵେଶଣ କରି ବହୁ ଆନନ୍ଦ ଲାଗିଥାଏ ବୋଲି ପ୍ରକାଶ କରିଛନ୍ତି।

ଗ୍ରାମ ପରିଚାଳନା କମିଟି ରୁ ପଦ୍ମନରଣା, ଧନଞ୍ଜୟ ପ୍ରଧାନ, ଅଶୋକ ପ୍ରଧାନ, ପ୍ରମୋଦ ପ୍ରଧାନ,ରସାନନ୍ଦ ପ୍ରଧାନ,ସ୍ଵଦେସ ପ୍ରଧାନ,ବସନ୍ତ ବାଗ, ନାରାୟଣ ମେହେର,ମଦନ,ରଵିଲାଲ,ଜେହେରୁ,ତ୍ରୀନାଥ, ହୃଷୀକେଶ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ। ଝୁଲଣ ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳ‌ ରୁ ବହୁ ଜନସମାଗମ ଦେଖିବାକୁ ମିଳିଥିଲା।

error: Content is protected !!