Tuesday, November 26, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିତରଭା ଠାରେ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ।

ତରଭା ଠାରେ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ।

ତରଭା-କୋଶଳ ସାହିତ୍ୟ ଏକାଡେମୀ ତରଫରୁ ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ବରେ ସ୍ଥାନୀୟ ଗଙ୍ଗାଧର ପାର୍କ ଠାରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ଃ କ୍ଷୀରୋଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି,ଅଗ୍ନିଶମ ଅଧିକାରୀ ଅନିଲ ମିଶ୍ର ମୁଖ୍ୟ ବକ୍ତା ଓ ସମ୍ପାଦକ ରାଜେନ୍ଦ୍ର ଝାଙ୍କର ସମ୍ମାନିତ ବକ୍ତାଭାବେ ଯୋଗ ଦେଇଥିଲେ।ସଭା ପ୍ରାରମ୍ଭରେ ଗଙ୍ଗାଧରଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ତପସ୍ଵିନୀ ପଟ୍ଟନାୟକ, ସରିତା ନାଏକ, ଚାନ୍ଦିନୀ ଦାଶ ପ୍ରମୁଖ ଗଙ୍ଗାଧରୀୟ ସାହିତ୍ୟିକୁ ନେଇ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।

ଜନ୍ମଭୂମି ବରପାଲିସ୍ଥିତ କବି ସ୍ମୃତି ସଦନଠାରେ ଗଙ୍ଗାଧରଙ୍କ ଚିଠିପତ୍ର, ଗ୍ରନ୍ଥାବଳୀ, ପାଣ୍ଡୁଲିପି, ତାଙ୍କ ବ୍ୟବହୃତ କୋଟ, ଖଟ, ଗ୍ଲାସ୍, ଥାଳି, କଲମ, ଦୁଆତ ସମେତ ଅନେକ ସାମଗ୍ରୀର ରକ୍ଷଣାବେକ୍ଷଣ କରି ସରକାରୀ ସ୍ତରରେ ମେହେର ସଂଗ୍ରହାଳୟ ପ୍ରତିଷ୍ଠା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବାର ସମୟ ଉପନୀତ। କବିଙ୍କ ଜନ୍ମଭୂମି – କର୍ମଭୂମି ଅଞ୍ଚଳକୁ ଗଙ୍ଗାଧର ତୀର୍ଥକ୍ଷେତ୍ରରୂପେ ରାଜ୍ୟ ସରକାର ଘୋଷଣା କରିବା ନିମନ୍ତେ ପଦେକ୍ଷପ ଗ୍ରହଣ କରିବା ଉଚିତ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ କାନ୍ତାନାଥ ସରାଫଙ୍କ ସଭାପତିତ୍ବରେ ଆୟୋଜିତ କୋସଲୀ କବିତା ଆସରରେ ଯୁବକବି ହିରଣ୍ମୟ ପଟ୍ଟନାୟକ ଓ ସଞ୍ଜୀବ ସେଠି ସଂଯୋଜନା କରିଥିଲେ।

ସୁବର୍ଣ୍ଣପୁର ଜିଲ୍ଲା ସମେତ ପଡୋଶୀ ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାର ତିରିଶରୁ ଉର୍ଦ୍ଧ୍ବ କବି କବୟିତ୍ରୀ ସ୍ବରଚିତ କବିତାମାନ ପାଠ କରିଥିଲେ।ପରେ କୁନି ନୃତ୍ୟଶିଳ୍ପୀ ଅଲିଭା ନାଏକ, ପ୍ରିୟଦର୍ଶିନୀ ଜେନା ଓ ରିନୀ ନାଏକ ପ୍ରମୁଖ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।ସଭା ଶେଷରେ ଯୁବକବି ରୋଶନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!