ପଦ୍ମପୁର- ରକ୍ଷା ବନ୍ଧନ ହେଉଛି ସ୍ନେହ,ପ୍ରେମ ଏବଂ ପ୍ରତିଞାର ପର୍ବ । ଏହି ଖୁସିର ପର୍ବକୁ ପଦ୍ମପୁର ସହରର ଉଇନର୍ ବ୍ରାଇଟ୍ ଫ୍ୟୁଚର୍ ବିଦ୍ୟାଳୟର କୁନି କୁନି ପିଲାମାନେ ପାଳନ କରିଛନ୍ତି | କୁନି କୁନି ପିଲାମାନେ ବିଦ୍ୟାଳୟର ଅଧ୍ୟକ୍ଷା , ଶିକ୍ଷକ ଶିକ୍ଷୟତ୍ରୀ , ଡ୍ରାଇଭର୍ ,ହେଲପର୍ ଙ୍କ ହାତରେ ରାଖୀ ବାନ୍ଧିଥିଲେ ଏବଂ ଉଜ୍ଜ୍ବଳ ସୁରକ୍ଷିତ ଭବିଷ୍ୟତ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ ।
ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପିଲାମାନେ ରାକ୍ଷୀ ତିଆରି କରି, ଥାଳରେ ସଜେଇ ଥିଲେ ଏବଂ ବିଭିନ୍ନ ରଙ୍ଗ ଦେଇ ରଙ୍ଗୋଲି ତିଆରି କରିଥିଲେ । ବିଦ୍ୟାଳୟର ଚେୟାରମେନ୍ ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର , ଅଧ୍ୟକ୍ଷକ ଶ୍ରୀମତୀ ଅପାଲି ଅପରାଜିତା ଦାସ , କୋଡିନେଟର୍ ଶ୍ରୀମତୀ ନିବେଦିତା ଦାଶ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗରେ କରିଥିଲେ ।