Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଧନକଉଡ଼ା ବ୍ଲକ ସ୍ତରୀୟ ଅନ୍ତଃବିଦ୍ୟାଳୟ କୁଇଜ ପ୍ରତିଯୋଗିତା ।

ଧନକଉଡ଼ା ବ୍ଲକ ସ୍ତରୀୟ ଅନ୍ତଃବିଦ୍ୟାଳୟ କୁଇଜ ପ୍ରତିଯୋଗିତା ।

ପଦ୍ମପୁର-ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪-୨୫ ଆନୁକୂଲ୍ୟରେ ଧନକଉଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ହାଇସ୍କୁଲ ସ୍ତରୀୟ ଆନ୍ତଃବିଦ୍ୟାଳୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଉଦ୍ଘାଟନୀ ଉତ୍ସବରେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ମୁଖ୍ୟ ଅତିଥି ଓ ଜିଲ୍ଲା ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀମତୀ ଲୋକିତା ଦାଶ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଏ ବି ଇ ଓ ରମେଶ ମିଶ୍ର ଓ ସୁସ୍ମିତା ପଟ୍ଟଯୋଶୀ ଅନ୍ୟ ଅତିଥିଭାବେ ମଂଚାସୀନ ଥିଲେ। ଧନକଉଡ଼ା ବ୍ଲକ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରୁ ୮୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମତୀ ମୀନାରାଣୀ ମଙ୍ଗଲ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଯୁଗୋପଯୋଗୀ ହେବା ସହ ସୁସ୍ଥ ସମାଜ ଗଠନ ଦିଗ ରେ ସର୍ବଦା ପ୍ରୟାସ ଓ ସାଧାନା ଜାରି ରଖିବା ପାଇଁ ଉତ୍ସାହିତ କରିଥିଲେ।

ଏହି ପ୍ରତିଯୋଗିତା ଲେଡି ଲୁଇସ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଅର୍ପିତା ପ୍ରଧାନ ପ୍ରଥମ, ହୀରାକୁଦ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ କରିଶ୍ମା ପ୍ରଧାନ ଦ୍ଵିତୀୟ ଓ ଅମ୍ରିତ ଜେନା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶ୍ରୀଯୁକ୍ତ ଅଖିଳ ବିଶ୍ୱାଳ ଓ ରମେଶ କୁମାର ମିର୍ଧା ବିଚାରକ ଦାୟିତ୍ୱ ତୁଲାଇଥିଲେ। ଜିଲ୍ଲା ସ୍କୁଲ ର ଛାତ୍ରୀ ମାନଙ୍କର ଦ୍ୱାରା ପାରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା। ଅସୀମ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ କୁ ସଫଳ କରିବାରେ ସମସ୍ତେ ସି ଆର ସି ସି ସହାୟତା କରିଥିଲେ। ଶ୍ରୀଯୁକ୍ତ ରମେଶ ମିଶ୍ର ଅନୁଷ୍ଠାନିକ ଭାବରେ ଧନ୍ୟବାଦ ପ୍ରଦାନ କରିଥିଲେ।

error: Content is protected !!