Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସ୍ୱାଧୀନତା ଦିବସ ଅବସରରେ ରାଜ ଭବନରେ ଆଟ୍‌-ହୋମ୍ (ବନ୍ଧୁମିଳନ) ଅନୁଷ୍ଠିତ ।

ସ୍ୱାଧୀନତା ଦିବସ ଅବସରରେ ରାଜ ଭବନରେ ଆଟ୍‌-ହୋମ୍ (ବନ୍ଧୁମିଳନ) ଅନୁଷ୍ଠିତ ।

ଭୁବନେଶ୍ୱର- ୭୮ତମ ସ୍ୱାଧୀନତା ଦିବସ ଅବସରରେ ଗୁରୁବାର ଅପରାହ୍ନରେ ରାଜଭବନ ଠାରେ ଆଟ୍‌-ହୋମ୍ (ବନ୍ଧୁମିଳନ) ଅନୁଷ୍ଠିତ ହୋଇଯାଇଛି । ରାଜ୍ୟପାଳ ରଘୁବର ଦାସଙ୍କ ଆମନ୍ତ୍ରଣ କ୍ରମେ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ, ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଡ଼ୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏତଦ୍‌ବ୍ୟତୀତ ମନ୍ତ୍ରୀମଣ୍ଡଳର ସଦସ୍ୟ, ସାଂସଦ ଓ ବିଧାୟକ, ସ୍ୱାଧୀନତା ସଂଗ୍ରାମୀ, ପଦ୍ମପୁରସ୍କାର ବିଜେତା, ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, କ୍ରୀଡ଼ାବିତ୍‌, ସାରସ୍ୱତ ଓ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଆଟ-ହୋମ୍ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

error: Content is protected !!