Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବନ୍ଧପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୭୮ ତମ ସ୍ଵାଧୀନତା ଦିବସ ପାଳିତ।

ବନ୍ଧପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୭୮ ତମ ସ୍ଵାଧୀନତା ଦିବସ ପାଳିତ।

ବରପାଲି-ବନ୍ଧପାଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୭୮ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ଼ା. କାଳିଚରଣ ଦାଶ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ ସହ ସ୍ଵାଧୀନତା ଦିବସର ତାତ୍ପର୍ଯ୍ଯ, ମାନବିକ ଅଧିକାର, ବିକାଶଶିଳ ନବଭାରତ,ସ୍ବାଧିନ ଚେତନା,ସଂଗ୍ରାମୀ ମାନଙ୍କ ବଳିଦାନ, ସେବାକାର୍ଯ୍ଯ ପରାକାଷ୍ଠା ବିଷୟରେ ଉପସ୍ଥାପନ କରିଥିଲେ। ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ ।

ପ୍ରଧାନ ଆଚାର୍ଯ୍ୟ ଜିତେନ୍ଦ୍ରିୟ ପୂଜାରୀ,ବରିଷ୍ଠ ସମାଜସେବୀ ମୋତିଲାଲ୍ ଅଗ୍ରୱାଲ, ଡ଼ା.ଶଙ୍କର୍ଷଣ ମେହେର ଓ ଶିଶୁ ମନ୍ଦିର ପରିଚାଲନା ସମିତି ସଭାପତି,ସମ୍ପାଦକ ଓ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଗ୍ରାମର ଭଦ୍ର ବ୍ୟକ୍ତି ବିରାଟ ସାହୁ ଶିଶୁ ମନ୍ଦିର ପରିଚାଳନା ପାଣ୍ଠିକୁ ଟ୫୦୨୨ ଦାନ କରିଥିଲେ । ଶେଷ ରେ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ମାନଙ୍କ ସହାୟତାରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ସ୍ଲୋଗାନ ମାଧ୍ଯମରେ ଗ୍ରାମ ପରିକ୍ରମା କରିଥିଲେ।

error: Content is protected !!