ପଦ୍ମପୁର-ସ୍ଥାନୀୟ ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର ପଟେଲ ଙ୍କ ଉପସ୍ଥିତି ରେ ସମବେତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନା ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ।
ସ୍ବାଧୀନତା ର ଇତିହାସ ସହ ଦେଶମାତୃକାର ସେବା ଓ ସୁରକ୍ଷା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ। ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ହୋଇଥିବା ପ୍ରତିଯୋଗିତା ରେ ବରିଷ୍ଠ ଓ କନିଷ୍ଠ ବର୍ଗରେ ଯଥାକ୍ରମେ ପ୍ରବନ୍ଧରେ ନୂଆଦେଇ ମେହେର,ସୀମାଙ୍ଗିନୀ ହୁଏ,ଜିନିମା ସୁନା, ସରସ୍ବତୀ ମେହେର,ଲିସା ସାହା, ରାକ୍ଷୀ ତାଣ୍ଡି ଓ ବକ୍ତୃତା ରେ ନୂଆ ଦେଇ ମେହେର ,କମଳା ମେହେର, ମଞ୍ଜୁଶ୍ରୀ ସାହା,ଲିସା ସାହା,ତନିସା ସାହା,ମାନସ ସାହୁ ଏବଂ ଦେଶାତ୍ମବୋଧକ ସଙ୍ଗୀତ ରେ ସସ୍ମିତା ହରିପାଲ, ସାବିତ୍ରୀ ନାଗ,ଲିଜୁତା ଛତ୍ରିଆ,ରିଙ୍କି ମେହେର, ସରସ୍ବତୀ ମେହେର ,ମନୀଷା ମହାଲିଙ୍ଗଙ୍କୁ ପୁରସ୍କାର ଦିଆଗଲା।
ସୋନାଲିକା ଶବର,ତ୍ରିଲୋକେଶ ବରିହା ,ଦୀପକ ସିଂ ବରିହା, ମନୀଷା ବେଶ୍ରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍କାଉଟ୍,ଗାଇଡ୍, ଜୁନିୟର ରେଡ଼କ୍ରସ୍ ଓ ସିଭିଲିଏନ୍ ଦଳ ବାଦ୍ୟର ତାଳେ ତାଳେ ଗ୍ରାମ ପରିକ୍ରମା କରି ସ୍ଳୋଗାନ ମାନ ଦେଇଥିଲେ।ପିଟି ଆଇ କସ୍ତୁଭମ୍ ମିଶ୍ର ପ୍ୟାରେଡ୍ ପରିଚାଳନା କରିଥିଲେ। ଏହି ଅବସରରେ ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଛି। କାର୍ଯକ୍ରମ କୁ ସଫଳ କରିବାରେ କିଶୋର କୁମ୍ଭାର, ରାହୁଲ ସେଠ, ସୁବ୍ରତ ପ୍ରଧାନ, ପୁରନ୍ଦର ଭୋଇ, ଅଞ୍ଜଳି ବେହେରା, ରେବତୀ ବିଶି, ତୁଷାର ରଞ୍ଜନ ପାଣିଗ୍ରାହୀ,ଝଣ୍ଟୁ ଛତର,ପୂରନ୍ ବାଗ ସହଯୋଗ ର ହାତ ବଢ଼ାଇଥିଲେ।
ଗ୍ରାମ ପରିକ୍ରମା ସମୟରେ ଶବରୀ ନାରାୟଣ କ୍ଳବ୍ ଠାରେ ଅତିଥି ଶ୍ରୀଯୁକ୍ତ ମକରଧ୍ବଜ ବଜାର ପତାକା ଉତ୍ତୋଳନ କରିଥିବାବେଳେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନା ସମବେତ ଜନତାଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ। ଗ୍ରାମବାସୀ ଉକ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିବାର ସହ ଅନେକେ ଫଟୋ ଉତ୍ତୋଳନ କରି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରୁଥିଲେ।ଏକ ଭବ୍ୟ କାର୍ଯ୍ୟକ୍ରମ ସମାପନ ପରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।