Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ "ହର ଘର ତ୍ରିରଙ୍ଗା "ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ “ହର ଘର ତ୍ରିରଙ୍ଗା “ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ପାଇକମାଲ – ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲୋହିତ କୁମାର ବାରିକଙ୍କ ତତ୍ତ୍ଵାବଧାନରେ ଆଜାଦୀ କା ଅମୃତ ମହୋତ୍ସବ ଅଧିନରେ ଆରମ୍ଭ ହୋଇଥିବା “ହର ଘର ତ୍ରିରଙ୍ଗା “ଅଭିଯାନ ପାଳିତ ହୋଇଥିଲା ।ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଛାତ୍ରଛାତ୍ରୀଙ୍କୁ ପ୍ରତି ଘରେ ଜାତୀୟ ପତାକା ଲଗାଇ ଭାରତର ସ୍ୱାଧୀନତା ଦିବସ ସହିଦ୍ ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ପ୍ରେରଣା ଦିଆଯାଇଥିଲା l

ଅଧ୍ୟକ୍ଷ ଶ୍ରୀ ବାରିକ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗପୂତ ଭାବନା ଓ ବଳୀଦାନକୁ ସମ୍ମାନ ଜଣାଇବା ଓ ଦେଶ ଗଠନ ପାଇଁ ତାଙ୍କ ପବିତ୍ର ପଥକୁ ଅନୁସରଣ କରିବା ପାଇଁ ଆହ୍ୱାନ ଦେଇଥିଲେ l ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ଜାତୀୟତାବୋଧକ ସଙ୍ଗୀତ ପରିବେଷଣ କରିବା ସହିତ ଏକ ଶପଥ ପାଠ ମଧ୍ୟ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

error: Content is protected !!