ବରପାଲି-ବରପାଲି ସରକାରୀ ଉଚ୍ଚବିଦ୍ଯାଳୟ ଫୁଟବଲ ଖେଳପଡିଆ ପ୍ରାଙ୍ଗଣରେ ପୁରାତନ ଫୁଟବଲ ଖେଳାଳୀ ମାନଙ୍କ ଏକ ବୈଠକ ହୋଇଯାଇଛି। ପୁର୍ବତନ ବିଶିଷ୍ଟ କ୍ରିଡାବିତ ମେଘନାଦ ମିଶ୍ରଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। କ୍ରିଡାଶିକ୍ଷକ ଗୋପେନ୍ଦ୍ର ସାହୁ ସ୍ବାଗତ ଜଣାଇବା ସହ ପ୍ରତି ବର୍ଷ ପରି ଚଳିତ ଅଗଷ୍ଟ୧୫ ଦିବସରେ ଆୟୋଜିତ ହେଉଥିବା ବନ୍ଧୁତ୍ବପୁର୍ଣ୍ଣ ଫୁଟବଲ ପ୍ରତିଯୋଗିତା ସମ୍ବନ୍ଧରେ ଉପସ୍ଥାପନ କରିଥିଲେ।

ସେହିପରି ଆଗାମି ଦିନରେ ଅଞ୍ଜଳର କ୍ରିଡା ଓ କ୍ରିଡାବିତ ମାନଙ୍କ ବିକାଶ ଉପରେ ମଧ୍ଯ ବୈଠକରେ ଆଲୋଚନା ହୋଇଥିଲା। ଆଗାମି ସ୍ବାଧିନତା ଦିବସରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ପୁରାତନ ଖେଳାଳୀ ମାନଙ୍କୁ ନେଇ ଫୁଟବଲ ଖେଳ ଏବଂ ପୁରାତନ ଖେଳାଳୀ ସମ୍ମାନିତ ପରମ୍ପରାକୁ ବଜାୟ ରଖିବା ନିମନ୍ତେ ସିଦ୍ଧାନ୍ତ ନିଆଯାଇଥିଲା।

ଆଗାମି ଦିନରେ କାର୍ଯ୍ଯକ୍ରମର ସଫଳତା ପାଇଁ ଅନ୍ଯାନ୍ଯ ଦିଗ ଓ ସଠିକ ପରିଚାଳନା ବୈଠକ ଆୟୋଜନ କରିବାକୁ ଧାର୍ଯ୍ଯ କରାଯିବା ସହ ସଭାଭଙ୍ଗ କରାଯାଇଥିଲା। କ୍ରିଡା ଶିକ୍ଷକ ରସାନନ୍ଦ ଥପା ଧନ୍ଯବାଦ ଅର୍ପଣ କରିଥିଲେ। ସଭାରେ ବହୁ ପୁରାତନ ବରିଷ୍ଠ ଖେଳାଳୀ ମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।
