Friday, November 22, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଜେନିଥ୍ ଲାୟନ୍ସ ଗୁରୁକୁଳ ଝାଙ୍କରପାଲି କ୍ଯାମ୍ପସ ଠାରେ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ।

ଜେନିଥ୍ ଲାୟନ୍ସ ଗୁରୁକୁଳ ଝାଙ୍କରପାଲି କ୍ଯାମ୍ପସ ଠାରେ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ।

ପଦ୍ମପୁର – ଫାଇଲେରିଆ ରୋଗରେ ନିରାକରଣ ପାଇଁ ଅଗଷ୍ଟ ତାରିଖରୁ ତାରିଖ ପର୍ଯ୍ଯନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯାଇଛି। ଏହି କ୍ରମରେ ଆଜି ତାରିଖ ପଦ୍ମପୁର ର ସମସ୍ତ ସ୍କୁଲ ଓ କଲେଜ୍ ରେ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ କରାଯାଇଛି। ସେହିଭଳି ପଦ୍ମପୁର ଝାକରପାଲି ରେ ଥିବା ଜେନିଥ୍ ଲାୟନ୍ସ ଗୁରୁକୁଳ ରେ ମଧ୍ୟ ଏହି କାର୍ଯ୍ୟକ୍ରମ କରାଯାଇଛି।

ସ୍କୁଲ ର ମୁଖ୍ୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଏହା ସମ୍ପୂର୍ଣ୍ଣ ହୋଇଥିଲା। ଏଠାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ପଦ୍ମପୁର ଚିକିତ୍ସାଳୟ ର ଅଧ୍ୟକ୍ଷ ଆଶୁତୋଷ ହୋତା, ସ୍କୁଲ ର ସଭାପତି ପ୍ରତାପ ମିଶ୍ର ଏହାକୁ ଉନ୍ମୋଚନ କରିଥିଲେ।

ଜମଲା ସ୍ଵାସ୍ଥ୍ୟ ବିଭାଗ ର ସ୍ୱାସ୍ଥ୍ୟ କର୍ମୀ ଔଷଧ ପ୍ରଦାନ ପାଇଁ ପହଁଞ୍ଚି ପ୍ରଥମେ ଜେନିଥ୍ ଲାୟନ୍ସ ଗୁରୁକୁଳ ଝାକରପାଲି କ୍ଯାମ୍ପସ ଠାରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ସ୍କୁଲ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ।

error: Content is protected !!