ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ସ୍ଥିତ ଲରମ୍ଭା କଲେଜରେ ଫାଇଲେରିଆ ସଚେତନତା ଓ ସାମୁହିକ ଔଷଧ ସେବନ ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ, ପ୍ରାଧ୍ୟାପକ ଅଶୋକ ମହାନ୍ତି ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଏଥିରେ ଲରମ୍ଭା ସି.ଏଚ.ଓ ଓ ଏ.ଏନ ଏମ ଯୋଗଦେଇଥିଲେ ।
ଏନ.ଏସ.ଏସ. ଅଧିକାରୀ ଡଃ ଅଜିତ ନାଥ,ସଂଘମିତ୍ରା ମହାକୁର, ଗଣେଶ ସିଂ, ଓ୍ବା.ଆର.ସି ଅଧିକାରୀ ସୁନୀଳ ପ୍ରଧାନ ,କାଦମ୍ବିନୀ ଗୁରୁ ଏନ.ସି.ସି ଅଧିକାରୀ ପାଟମଂଜରୀ ସାହୁ ପ୍ରମୁଖ ଯୋଗ ଦେଇ ଔଷଧ ସେବନ କରାଇଥିଲେ । ପ୍ରଥମ ଦିନରେ ୬୩୬ ଜଣ ଛାତ୍ରଛାତ୍ରୀ ଔଷଧ ସେବନ କରିଥିଲେ।