Monday, June 16, 2025
spot_imgspot_imgspot_img
Homeରାଜ୍ୟୱିନର ସ୍କୁଲର ସମରକ୍ୟାମ୍ପ ଉଦଯାପିତ ।

ୱିନର ସ୍କୁଲର ସମରକ୍ୟାମ୍ପ ଉଦଯାପିତ ।

ପଦ୍ମପୁର-ୱିନର ସ୍କୁଲ ପଦ୍ମପୁରରେ ରଜସଂକା୍ରନ୍ତି ଦିନ ସ୍କୁଲର ଖରାଛୁଟି ସମାରୋହ (ସମରକ୍ୟାମ୍ପ) ଉଦଯାପିତ ହୋଇଯାଇଛି । ଗତ ଜୁନ ୧୦ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପି ଚାଲିଥିବା ଏହି ସମାରୋହରେ ଯୋଗ, ନାଚ, ଗୀତ, ଖେଳ ଯେମିତି ଲୁଡୋ, ଚେସ୍, କ୍ୟାରମ୍, ମାରସାଲ୍ ଆର୍ଟ, ସେଲଫ୍ ଡିଫେନ୍ସ ,ମେଣ୍ଠାଲ ଗେମ ପ୍ରଭୃତି , ଶିକ୍ଷକ ମାନେ ପିଲାଙ୍କୁ ସୁନ୍ଦର ଭାବେ ଶିକ୍ଷାଦାନ କରିଥିଲେ । ପଂଚମଦିନ ପଢା ଯାଇଥିବା ସମସ୍ତ ବିଷୟର ପରୀକ୍ଷା କରାଯାଇଥିଲା । ସମରକ୍ୟାମ୍ପର ଉଦଯାପନୀ ଦିନରେ କୁନି କୁନି ପିଲା ମାନଙ୍କ ମଧ୍ୟରେ ଓି୍ୱନର ଫୁଡ ଫେଷ୍ଟିବାଲ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କୁନି କୁନି ପିଲାମାନେ ବିନା ନିଆଁରେ ଖାଦ୍ୟ ତିଆରି କରିଥିଲେ । କୁନି କୁନି ପିଲାମାନେ ବିଭିନ୍ନ ପ୍ରକାରର ଜୁସ, ଭେଲ, ସାଲାଡ୍, ଝାଲମୁଢି ଇତ୍ୟାଦି କରିଥିଲେ ।

ଏହି କାର୍ଯ୍ୟକ୍ରମ ମ୍ୱଖ୍ୟତଃ ପିଲାମାନଙ୍କୁ ବିଜ୍ନେସ ଟି୍ରକ୍ସ , ପଇସା ଗଣେଇବା , ହିସାବ କରିବା, ଶିକ୍ଷାଦେବା ଲକ୍ଷ୍ୟଥିଲା । ଯାହାକୁ ପିଲାମାନେ ବହୁତ ଖୁସି ମନରେ କରିଥିଲେ । ଏଥିରେ ସମସ୍ତ ଶିକ୍ଷକ ଓ ଅଭିଭାବକ ମାନଙ୍କର ସହଯୋଗ ରହିଥିଲା । ଉଦଯାପନୀ ଉତ୍ସବରେ ମ୍ୱଖ୍ୟ ଅତିଥି ଭାବରେ ସୁବେଦାର ମେଜର ସୁବଳ ଗଡତିଆ ଯୋଗଦେଇଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ଏକାଡେମୀକ୍ ଡାଇରେକ୍ଟର ଶୀ୍ର ଯୁକ୍ତ ରାକେଶ୍ ସାହୁ, ଚେୟାରମ୍ୟାନ ଶୀ୍ରଯୁକ୍ତ ଶୀ୍ରକାନ୍ତ ମିଶ୍ର, ଅଧ୍ୟକ୍ଷା ଅପାଳି ଅପରାଜିତା ଦାସ ଓ କୋଡିନେଟର ନିବେଦିତା ଦାସ ମଂଚାସିନ ଥିଲେ । ମଂଚାସିନ ଅତିଥି ମାନେ ପିଲା ମାନଙ୍କୁ ପୁରଷ୍କୃତ କରିଥିଲେ ।

error: Content is protected !!