ପଦ୍ମପୁର-ୱିନର ବ୍ରାଇଟ ଫ୍ଯୁଚର ସ୍କୁଲ ପଦ୍ମପୁରର ଦୁଇଦିନିଆ ବାର୍ଷିକ ଉତ୍ସବର ଖୁଣ୍ଟପାଲି ସ୍ଥିତ ନୂଆ ସ୍କୁଲରେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନ ଉତ୍ସବରେ ମାନ୍ଯବର ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମୁଖ୍ଯ ଅତିଥି ଓ ତାଙ୍କର ପତ୍ନୀ ଶ୍ରୀମତି ପ୍ରତିମା ପୁରୋହିତ ଯୋଗ ଦେଇଥିଲେ | ବିଦ୍ଯାଳୟ ଟ୍ରଷ୍ଟି ଶ୍ରୀମତୀ ସଂଯୁକ୍ତା ମିଶ୍ର ,ଏକାଡେମିକ୍ ଡାଇରେକ୍ଟର ଡକ୍ଟର ରାକେଶ ସାହୁ , ଚେୟାରମେନ ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର , ଅଧ୍ଯକ୍ଷା ଅପାଳି ଅପରାଜିତା ଦାସ ସଭା ମଞ୍ଚରେ ଯୋଗଦେଇ ଉତ୍ସବର ମର୍ଯ୍ଯାଦା ବଢ଼ାଇଥିଲେ ।
ସ୍କୁଲର ଛାତ୍ରଛାତ୍ରୀମାନେ ବାଦ୍ଯର ତାଳେତାଳେ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ମାନ୍ଯବର ସାଂସଦ ଦୀପ ପ୍ରଜ୍ୱଳିତ କରି ବାର୍ଷିକ ଉତ୍ସବର ଶୁଭାରମ୍ଭ କରିଥିଲେ । ଅଧ୍ଯକ୍ଷା ଶ୍ରୀମତି ଅପାଳି ଅପରାଜିତା ଦାସ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ପିଲାମାନଙ୍କୁ ଉଉତ୍ସାହିତ କରିବା ସହିତ ତାଙ୍କ ଉଜ୍ୱଳ ଭବିସ୍ଯତର ଅଗ୍ରଗତି ପାଇଁ ମୁଖ୍ଯ ଅତିଥି ଉଦବୋଧନ ଦେଇଥିଲେ । ‘Re-defined Child Education ‘ର ଚିନ୍ତାଧାରାକୁ ଭିତ୍ତିକରି ବାର୍ଷିକ ଉତ୍ସବକୁ ଆଗକୁ ବଢ଼ାଇଥିଲେ ।
ବିଦ୍ଯାଳୟର ଏହି ଚିନ୍ତାଧାରାକୁ ନେଇ ସ୍କୁଲ ଓ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର ଉତ୍କୃଷ୍ଟ ମାନର ଶିକ୍ଷା ସହିତ କିପରି ସେମାନଙ୍କର ସମ୍ପୂର୍ଣ୍ଣ ବିକାଶ ହୋଇପାରିବ ସେ ବିଷୟରେ ସ୍କୁଲର ଏକାଡେମିକ୍ ଡାଇରେକ୍ଟର ଏବଂ ଶିକ୍ଷକମାନେ ବିବରଣୀ ପ୍ରଦାନ କରିଥିଲେ । ବିଦ୍ଯାଳୟର ଛାତ୍ରଛାତ୍ରୀ ମାନଙ୍କ ତରଫରୁ ବିଭିନ୍ନ ପ୍ରକାର ଉଚ୍ଚକୋଟୀର ନାଚ,ଗୀତ , ଡ୍ରାମା ମାନ ଉପସ୍ଥାପନ କରାଯାଇଥିଲା ।
ରାକ୍ଷସ ମାନଙ୍କ କବଳରୁ ଦେବତା ଓ ପ୍ରୁଥିବୀ ବାସୀଙ୍କୁ ରକ୍ଷା କରିବା ପାଇଁ ଅତି ସୁନ୍ଦର ଭାବରେ ମା କାଳୀଙ୍କ ଚରିତ୍ରକୁ ପିଲାମାନେ ନାଟକୀୟ ରୂପରେ ତାହା ଉପସ୍ଥାପନ କରିଛନ୍ତି । କୃତି ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କୁ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କ ପୁରସ୍କୃତ କରିଥିଲେ । ଏହି ଉତ୍ସବରେ ବିଦ୍ଯାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗ ମହତ୍ୱପୂର୍ଣ୍ଣ ଥିଲା । କାର୍ଯକ୍ରମର ଶେଷରେ କୋଡିନେଟର ଶ୍ରୀମତି ନିବେଦିତା ଦାଶ ସମସ୍ତ ଅଭିଭାବକ ଏବଂ ଅନ୍ଯ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରି ସଭାକାର୍ଯ୍ଯ ଶେଷ ହୋଇଥିଲା ।