Wednesday, February 5, 2025
spot_imgspot_imgspot_img
Homeରାଜ୍ୟୱାସିଡ଼ିଏ ଦ୍ଵାରା ବିରିଗଡ ଗ୍ରାମରେ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସଚେତନତା ଶିବିର ।

ୱାସିଡ଼ିଏ ଦ୍ଵାରା ବିରିଗଡ ଗ୍ରାମରେ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସଚେତନତା ଶିବିର ।

ବୌଦ୍ଧ-ମଙ୍ଗଳବାର ଦିନ ୱାଇସିଡ଼ିଏ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗରେ ବୌଦ୍ଧ ଜିଲ୍ଲା ବିରିଗଡ଼ ଗ୍ରାମରେ ସାଧାରଣ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ମେଳାଟି ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗ ର ବାଉଁଶୁନି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅନ୍ତର୍ଯ୍ୟାମୀ ବେହେରା , ସୂପରିତେନ୍ଦେନ୍ ଏବଂ ତାଙ୍କ କର୍ମକର୍ତା ଙ୍କ ସହାୟତା ରେ ସୁଚାରୁ ରୂପେ ଅନୁଷ୍ଠିତ ହୋଇଥିଲା |

ଉକ୍ତ କାର୍ଯକ୍ରମରେ ୫ ଟି ଗ୍ରାମ ତଥା ବୁରୋଗୋରା, ଜlମୁଖୋଲ, ବିରିଗଡ, ମଲ୍ଲିକପଡ଼ା ଓ ଗୁଡ଼ିଆଲିର ୧୫୦ ରୁ ଅଧିକ ଗ୍ରାମବାୀମାନେ ଯୋଗ ଦେଇଥିଲେ| ଏହି ସ୍ବାସ୍ଥ୍ୟ ମେଳା ରେ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବିତରଣ କରାଯାଇଥିଲା |ଏହି ଶିବିରରେ ଯାଜ୍ଞାସେନୀ ସେଠୀ, ସି ଏଚ ଓ, ଟିକରପଡା, ସୁଦାମ ମେହେର ଫାର୍ମାସିଷ୍ଟ ଓ ସତ୍ୟ ନାରାୟଣ ପ୍ରଧାନ ରୋଗୀ ମାନଙ୍କୁ ଔଷଧ ବିତରଣ କରିବା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଆଦିରେ ସହଯୋଗ କରିଥିଲେ |

ସଚେତନତା ଶିବିର ରେ ଆଗକୁ ଖରାଦିନେ ହେବାକୁ ଥିବା ରୋଗ ପ୍ରତି ଯତ୍ନ, ଗ୍ରାମରେ ଥିବା ଲୋକ ମାନେ ନିଜକୁ ସଫା ରଖିବା ନିଜ ସ୍ୱାସ୍ଥ୍ୟର ଯତ୍ନ କେମିତି ରଖିବା ସେ ବିଷୟରେ ଆଲୋଚନା କରାଗଲା । ଏଫଏଫଭିଡ଼ିପି ର ପ୍ରୋଗ୍ରାମ ମ୍ୟାନେଜେର ଦେବଦତ୍ତା ଏବଂ ପ୍ରୋଗ୍ରାମ ଅଫିସର (ସ୍ୱାସ୍ଥ୍ୟ ) ସୁଚରିତ ଓ ଅଙ୍ଗୁରବାଳା ମେହେର ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନ କରିଥିଲେ |

error: Content is protected !!