Monday, January 27, 2025
spot_imgspot_imgspot_img
Homeରାଜ୍ୟ୭୬ ତମ ସାଧାରଣତନ୍ତ୍ର ଦିବସ ପାଇଁ ଲଜପତ ରାୟ ଆଇନ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ପକ୍ଷରୁ...

୭୬ ତମ ସାଧାରଣତନ୍ତ୍ର ଦିବସ ପାଇଁ ଲଜପତ ରାୟ ଆଇନ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ପକ୍ଷରୁ ରକ୍ତଦାନ ଶିବିର : ୧୫ ୟୁନିଟ୍ ରକ୍ତ ସଂଗୃହୀତ ।

ପୂର୍ବରୁ ରକ୍ତଦାନ କରିଥିବା ୩୦ ରୁ ଉର୍ଦ୍ଧ ରକ୍ତଦାତଙ୍କୁ ଦିଆଗଲା ସ୍ଵତନ୍ତ୍ର ସମ୍ମାନ ପତ୍ର।

ସମ୍ବଲପୁର-୭୬ ତମ ସାଧାରଣତନ୍ତ୍ର ଦିବସ ପାଇଁ ଆଜି ସମ୍ବଲପୁର ଆଇନ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଆଲୁମିନି ଆସୋସିଏସନ୍ ଓ ତ୍ୟାଗର ସହଯୋଗରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଅଧକ୍ଷ ଡ ବିଜୟାନନ୍ଦ ବେହେରା ଉଦଘାଟନ କରିଥିଲେ । ବୁର୍ଲା ରକ୍ତ କେନ୍ଦ୍ର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା। ଗତ ସ୍ବାଧୀନତା ଦିବସ ଅବସରରେ ରକ୍ତଦାନ କରିଥିବା ରକ୍ତଦାତାଙ୍କୁ ସ୍ଵତନ୍ତ୍ର ସମ୍ମାନ ପତ୍ର ଦିଆଯାଇଥିଲା। ସଂଯୋଜକ ପ୍ରକାଶ ଶତପଥୀ, ନଟବର ମହାରଣା, ଚିନମୟ ଶତପଥୀ, ରିମ୍ପୁ ସିଂହ , ସରୋଜ ତ୍ରିପାଠୀ, ପ୍ରଦୀପ ପଣ୍ଡା, ବିରଂଚି ମହାପାତ୍ର, ଶଙ୍କର ବଗର୍ତ୍ତି ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

ଶିବିରରେ ୧୫ ଜଣ ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ। ଅମୃତ ସାଗର ପଣ୍ଡା,ଅଭିଷେକ ମେହେର,ରିୟାଯୁଲ ରହମାନ, ରୋହିତ କୁମାର ଭୋଇ, ମନୋଜ ଜେନା ଅଙ୍କିତ ମୋଦି,ବିଶ୍ୱଜିତ୍ ମୁଦୁଲି, ନୀତେଶ ରଜଗନ୍ଧା, ମିସ ବନ୍ଦନା ପ୍ରଧାନ,ଅଶେଷ ପ୍ରଧାନ, ଅସୀମ ପଟେଲ, ସୁଦୀପ୍ତ ନାୟକ,ମିସ ଆଶା ଥାନାପତି, ଚିନ୍ମମୟ ଶତପଥୀ, ଡ ଧିବଗର ପ୍ରମୁଖ ରକ୍ତଦାନ କରିଥିଲେ। ସମସ୍ତଙ୍କୁ ୭୬ ତମ ଗଣତନ୍ତ୍ର ଦିବସର ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ନଟବର ମହାରଣା ଧନ୍ୟବାଦ ଦେଇଥିଲେ ।

error: Content is protected !!