ବରଗଡ଼-ବରଗଡ଼ ସ୍ଥିତ ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟରେ ଦୁଇଦିନିଆ ୫୭ତମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ଛାତ୍ରଛାତ୍ରୀ ମା’ ଶ୍ୟାମାକାଳୀ ମନ୍ଦିରରୁ ପୂଜାର୍ଚ୍ଚନାକରି ମଶାଲ ଶୋଭାଯାତ୍ରାରେ ବାହାରି ମହାବିଦ୍ୟାଳୟ ଖେଳ ପଡ଼ିଆରେ ପହଞ୍ଚିଥିଲେ । ଅଧ୍ୟକ୍ଷ ପ୍ରଫେସର ଡକ୍ଟର ନକୁଳ ସେଠ୍ ଆନୁଷ୍ଠାନିକ ଭାବରେ ଏହାକୁ ଉଦ୍ ଘାଟନ କରିଥିଲେ । ପ୍ରଥମ ଦିବସରେ ୧୦୦ ,୨୦୦ ଓ ୪୦୦ ମିଟର ଦୈାଡ , ଲମ୍ବ ଡିଆଁ, ସଟ୍ ଫୁଟ୍, ଡିସ୍କସ୍ ଥ୍ରୋ ପ୍ରତିଯୋଗିତା ଉଭୟ ଜୁନିଅର ଓ ସିନିଅର ବାଳକ ବାଳିକା ଗ୍ରୁପ୍ ର ଆୟୋଜିତ ହୋଇଥିଲାବେଳେ ଦିତୀୟ ଦିବସରେ ଉଚ୍ଚ ଡିଆଁ, ଜାଭେଲିନ୍ ଥ୍ରୋ, ୧୫୦୦ ମିଟର ରିଲେ ଦୋୖଡ, ମନ୍ଥର ସାଇକେଲ୍ ଚାଳନା, ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ଦ୍ରୁତ ଚାଳନା, ଅଧ୍ୟାପିକାଙ୍କ ମଧ୍ୟରେ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।
ଏହାର ଉଦ୍ ଯାପନୀ ପର୍ବରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ଶ୍ରୀ ତୁଷାର କୁମାର ରେବେନ ଯୋଗ ଦେଇଥିଲାବେଳେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଶାସନିକ ମୁଖ୍ୟ ପ୍ରଫେସର ଡକ୍ଟର ଉମେଶ ଚନ୍ଦ୍ର ମହାପାତ୍ର ଓ କ୍ରୀଡ଼ା ସଂସଦର ଉପ ସଭାପତି ପ୍ରଫେସର ସୁବଳ ମେହେର ଉପସ୍ଥିତ ଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ବାରା ମାନପତ୍ର ଓ ମେଡାଲ୍ ଦେଇ ସମ୍ମାନିତ କରାଯାଇଥିଲା । ପ୍ରତିଯୋଗିତାର ଜୁନିଅର ଗ୍ରୁପ୍ ର ବାଳକ ବିଭାଗରେ ଆୟୁଷ୍ମାନ ଗରତିଆ ଓ ବାଳିକା ବିଭାଗରେ ଜୁଲି ବାଗ୍ ଚମ୍ପିୟାନ ହୋଇଥିଲାବେଳେ ସିନିଅର ଗ୍ରୁପ୍ ର ବାଳକ ବିଭାଗରେ ଲିପୁନ୍ ଭୁଏ ଚମ୍ପିୟାନ ହୋଇଥିଲେ ।
କ୍ରୀଡା ଶିକ୍ଷକ ଶ୍ରୀ ତନ୍ମୟ ସାହୁ କ୍ରୀଡ଼ା ପ୍ରତିଯୋଗିତାକୁ ତତ୍ତ୍ୱାବଧାନ କରିଥିବାବେଳେ ଏଥିରେ ସରକାରୀ ତାଲ୍ ଶ୍ରୀଗିଡା, ବରଗାଁ, ଏନ୍. ଜାମ୍ ପାଲି, ଗାଇସିମା ଓ ନିଶାମଣି ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଯଥାକ୍ରମେ ରୁଷଭ ହୋତା, ଗଣେଶ ବାରିକ,ଆଲୋକ କୁମାର ପ୍ରଧାନ, ବିନୟ ସାହୁ ଓ ସୈ।ମୋରଞ୍ଜନ ବିଭାର ପରିଚାଳନା କରିଥିଲେ । କ୍ରୀଡ଼ା ଉତ୍ସବର ଧାରା ବିବରଣୀ ଉଦ୍ ଘାଷଣା କରିଥିଲେ ସହକାରୀ ପ୍ରଫେସର ମାନଭଞ୍ଜନ ପାଣିଗ୍ରାହୀ, ରାଜଶ୍ରୀ ଭଞ୍ଜ, ଶେଷନ ବିଶି । ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ସଂସଦର ସହଯୋଗୀ ଉପ ସଭାପତି ଶ୍ରୀକାନ୍ତ ଖମାରୀ, ବାସନ୍ତୀ ମେହେର, ଛନ୍ଦାରାଣୀ ବେସେନ୍, କବିତା ସା, ମୋନାଲିସା ପ୍ରଧାନ ଓ ହୃଦାନନ୍ଦ ଭୁଏ ସହଯୋଗ କରିଥିଲାବେଳେ ସୁରେଶ କୁମାର ମାଝୀ, ସ୍ମିତା ପାଣିଗ୍ରାହୀ, ରୋଷନୀ ତିର୍କି, ପଙ୍କଜିନୀ ରାୟ, ବେଣି ପଟେଲ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ସହକାରୀ ପ୍ରଫେସର ମାନଭଞ୍ଜନ ପାଣିଗ୍ରାହୀ ।