ସମୀର ଦିବ୍ୟାଙ୍ଗ ଆଶ୍ରମରେ ଅନ୍ତେବାସୀଙ୍କ ସହ ପାଳନ କଲେ ଜନ୍ମଦିନ ।
ପଦ୍ମପୁର – ବାଗଝୁଲା ସ୍ଥିତ ସମୀର ଦିବ୍ୟାଙ୍ଗ ଆଶ୍ରମର ବୃଦ୍ଧାଶ୍ରମର ୪୦ ଜଣ ଅନ୍ତେବାସୀଙ୍କ ସହ ନିଆରା ଢଙ୍ଗରେ ନିଜର ୪୦ ତମ ଜନ୍ମଦିନ ପାଳନ କଲେ ସହୟୋଗ ସଂଗଠନର ସମ୍ପାଦକ ତାପସ କୁମାର ନାୟକ। ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଆଶ୍ରମର ପ୍ରତିଷ୍ଠାତା କୀର୍ତ୍ତନ ଦାଶ, ଗାଇସିଲଟ ବିଡିଓ ଲକ୍ଷ୍ମଣ ମାଝୀ, ବରିଷ୍ଠ ସାମ୍ବାଦିକ ଡାକ୍ତର ପୁଟେଲ ପ୍ରମୁଖ ଯୋଗଦେଇଥିଲେ। ନିଜର ଜନ୍ମଦିନ ଅବସରରେ ଆବଶ୍ୟକୀୟ ୫ ଗୋଟି ସିଲିଂ ଫ୍ଯାନ୍ ପ୍ରଦାନ କରିବା ସହ ବୈଦ୍ୟୁତିକ ଉପକରଣର ମରାମତି ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସଂଗଠନର ସଭାପତି ମୌସମ ପାଗୋଡ଼ା, ପ୍ରଭୁଦତ୍ତ ପଣ୍ଡା, ବିକାଶ ପଣ୍ଡା, ଇଶ୍ୱର ଦତ୍ତ ମେହେର, ପ୍ରଦ୍ୟୁମ୍ନ ମେହେର, ଅଜୟ ଅଗ୍ରୱାଲଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।



