Friday, February 21, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତି୩୯ତମ ବାର୍ଷିକ କ୍ରୀଡା ଓ ନୃତ୍ଯ ପ୍ରତିଯୋଗିତା ଅନୁଷ୍ଠିତ

୩୯ତମ ବାର୍ଷିକ କ୍ରୀଡା ଓ ନୃତ୍ଯ ପ୍ରତିଯୋଗିତା ଅନୁଷ୍ଠିତ

ରାଇରଙ୍ଗପୁର(ଶ୍ଯାମଳେନ୍ଦୁ ପରିଡା)-ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ଗ୍ରାମପଞ୍ଚାୟତର ଛତ୍ରପତି କ୍ଲବ ଆନୁକୂଲ୍ଯରେ ସ୍ଥାନୀୟ ପଡିଆ ଠାରେ ୩୯ତମ ବାର୍ଷିକ କ୍ରୀଡା ଓ ନୃତ୍ଯ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଗତ ୧୩ ତାରିଖ ଗୁରୁବାର କ୍ରୀଡାର ଶୁଭାରମ୍ଭ ହୋଇଥିଲା ବେଳେ ୧୪ ତାରିଖ ଶୁକ୍ରବାର କ୍ରୀଡା ମଧ୍ଯରେ ଶିଶୁ ବାଳକବାଳିକାମାନଙ୍କର ୨୦୦ ମିଟର ଦୌଡ , ସାଧାରଣ ଜ୍ଞାନ ପରୀକ୍ଷା ଓ ଏଲିଏନ୍ ରେସ୍, ବାଳକମାନଙ୍କର ୬୦୦ ମିଟର ଦୌଡ, ବାଳିକାମାନଙ୍କର ୪୦୦ ମିଟର ଦୌଡ ଓ ଅଣ୍ଡା ପଠା , ବୟସ୍କ ଭାଇମାନଙ୍କର ୧୬୦୦ ମିଟର ଦୌଡ ଓ ମହିଳାମାନଙ୍କର ବାଇଗଣ କାଢିବା ପ୍ରତିଯୋଗିତା ହୋଇଥିଲା ବେଳେ ଆଦିବାସୀ ନୃତ୍ଯ ଆଦିସୁସୁନ, ବୁଢୀଗାଳି, ଡ୍ରାମାନାଚ ଓ ଡାଣ୍ଟାନାଚ ପ୍ରତିଯୋଗିତା ଆୟୋଜିତ ହୋଇଥିଲା I

ଏଥିରେ ମୁଖ୍ଯ ଅତିଥି ଭାବେ ବିଜେପି ରାଜ୍ଯ ସମ୍ପାଦକ ନବୀନ ରାମ, ସମ୍ମାନିତ ଅତିଥି ରୂପେ ଭବାନୀ ଶଙ୍କର ମହାନ୍ତ, ସତ୍ଯବାନ ବେସ୍ରା, ଅଶୋକ କୁମାର ମହାନ୍ତ, ଦୈତାରୀ ମହାନ୍ତ, କାଳୀଚରଣ ମହାନ୍ତ, ବିଦ୍ଯାଧର ମହାନ୍ତ ଓ କ୍ଷେତ୍ରମୋହନ ମହାନ୍ତ ପ୍ରମୁଖ ଯୋଗ ଦେଇ କ୍ରୀଡା ଓ ନୃତ୍ଯରେ କୃତୀ ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ପୁରସ୍କାର ଦେଇ ପୁରସ୍କୃତ କରିଥିଲେ I ଉକ୍ତ ପାରମ୍ପରିକ କ୍ରୀଡା ଓ ନୃତ୍ଯ ପ୍ରତିଯୋଗିତାରେ ଛତ୍ରପତି କ୍ଲବର ସଭାପତି ମହେଶ୍ବର ମହାନ୍ତ, ଉପସଭାପତି ବାପୁନ କୁମାର ମହାନ୍ତ, ସମ୍ପାଦକ ପରେଶ ଚନ୍ଦ୍ର ପାତ୍ର, ସହସମ୍ପାଦକ ବିଟୁ ମହାନ୍ତ ତଥା କାର୍ଯ୍ଯକାରୀ ସଦସ୍ଯଗଣ ରଂଜନ କୁମାର ମହାନ୍ତ, ବିଶ୍ବଜିତ ମହାନ୍ତ, ରାଜକୁମାର ମହାନ୍ତ, ସତ୍ଯବାନ ମହାନ୍ତ, ବିନୟ ମହାନ୍ତ ଓ ଶୁଭଶାନ୍ତ ମହାନ୍ତ ପ୍ରମୁଖ ପରିଚାଳନା ସାହାଯ୍ଯ ଓ ସହଯୋଗ କରିଥିଲେ I ଏହି ଆକର୍ଷଣୀୟ କ୍ରୀଡା ଓ ନୃତ୍ଯ ଦେଖିବାପାଇଁ ସ୍ଥାନୀୟ ତଥା ଦୂରଦୁରାନ୍ତରରୁ ଲୋକମାନଙ୍କର ପ୍ରବଳଭିଡ ପରିଲକ୍ଷିତ ହୋଇଥିଲା I

error: Content is protected !!