
ପଦ୍ମପୁର-ଆର୍.ବି ହାଇସ୍କୁଲ ପଡିଆରେ ଚାଲିଥିବା ୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ କ୍ୟୁ.ସି.ଆଇ ୱାରିଅର ରାୟପୁର ଓ ବାପୁଜୀ କ୍ଲବ୍ ଭୁବନେଶ୍ଵର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ରାୟପୁର ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୫ ଓଭରରେ ୯ ୱିକେଟ୍ ବିନିମୟରେ ୩୦୯ ରନ୍ ସଂଗ୍ରହ କରିଥିଲା। ପ୍ରତି ଜବାବ ରେ ଭୁବନେଶ୍ୱର ଦଳ ୧୭.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୪ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା। ଭୁବନେଶ୍ୱର ଅତୁଲ ସିଂ ୪୯ରନ୍ , ସିଦ୍ଧାନ୍ତ ଜେନା ୩୪ରନ୍ ସଂଗ୍ରହ କରିଥିଲେ। ସେହିପରି ରାୟପୁର ଦଳର ଅବଦୁଲ ଅନ୍ସ ଖାନ୍ ୧୨୩ ରନ୍ ସଂଗ୍ରହ କରି ମ୍ୟନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ। ଭୁବନେଶ୍ୱର ଦଳର ପ୍ରୟାସ ସିଂ ଠାକୁର ତିନୋଟି ଇନିଂସ୍ ରେ ଗୋଟିଏ ଶତକ ଓ ଅର୍ଦ୍ଧ ଶତକ ଶହ ମୋଟ୍ ୧୯୪ ରନ୍ ଏବଂ ୫ ୱିକେଟ୍ ସଂଗ୍ରହ କରି ମ୍ୟାନ୍ ଅଫ୍ ଦି ସିରିଜ ଘୋଷିତ ହୋଇଥିଲେ।

ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ,ସମ୍ମାନିତ ଅତିଥି ଭାବେ ଖରିଆର୍ ବିଧାୟକ ଅଧିରାଜ୍ ପାଣିଗ୍ରାହୀ,ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ବିଜେତା ରାୟପୁର ଦଳକୁ ଟ୍ରଫି ସହ ଏକ ଲକ୍ଷ ଟଙ୍କା ନଗଦ ରାଶି ଓ ଉପ ବିଜେତା ଦଳ କୁ ଟ୍ରଫି ସହ ଷାଠିଏ ହଜାର ଟଙ୍କା ନଗଦ ରାଶି ପ୍ରଦାନ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଆକର୍ଷଣରେ ରହିଥିଲେ ଆଲବମ୍ ଅଭିନେତ୍ରୀ ଜୟଶ୍ରୀ ଷଡ଼ଙ୍ଗୀ। କ୍ଲବ୍ ର ସଂପାଦକ ଭରତ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ସଭାପତି ସୁନୀଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ମ୍ୟାଚ୍ କୁ ଚୁଡ଼ାମଣି ପାଢ଼ୀ ଓ ଅମିୟ ଭୂଷଣ ସାହୁ ପରିଚାଳନା କରିଥିବା ବେଳେ ଅମରେଶ ବେହେରା ଓ ରିଙ୍କୁ ବରିହା ସ୍କୋରର, ଦିବ୍ୟ ପଣ୍ଡା, ରୋହିଣୀ ପାଣ୍ଡେ ଓ କୁମାର ଆନନ୍ଦ ଉଦ୍ଘୋଷକ ଦାୟିତ୍ଵ ବହନ କରିଥିଲେ।



