Saturday, March 7, 2026
Homeରାଜ୍ୟ୨ କେଜି ଧାନ କଟନି ଉପରେ ରାଜ୍ୟ ସରକାର ବିରୋଧରେ ବର୍ଷିଲେ ବିଧାୟିକା।

୨ କେଜି ଧାନ କଟନି ଉପରେ ରାଜ୍ୟ ସରକାର ବିରୋଧରେ ବର୍ଷିଲେ ବିଧାୟିକା।

ପଦ୍ମପୁର – ଆଜି ପାଇକମାଲ ବ୍ଳକ୍ ଅନ୍ତର୍ଗତ ଲଖମରା, ଚର୍ଦାପାଲି, ସରେଇକେଲା, ବାଦିକଟା, ବୁକୁରାମୁଣ୍ଡା, ଟେମରୀ ଓ ଭେଙ୍ଗରାଜପୁର ମଣ୍ଡି ପରିଦର୍ଶନ କରି ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ବିରୋଧରେ ବର୍ଷିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ।ଏଫ୍.ଏ.କ୍ୟୁ ମାନ ର ଧାନ ହୋଇ ନଥିବା ଦର୍ଶାଇ ଚାଷୀ ଙ୍କ ଅମଳ ଧାନ ରୁ ୨ କେଜି କଟନି କରୁଥିବା ସହ ଲୁଟ କରି ପ୍ରତାରିତ କରୁଛି ଭାଜପା ସରକାର। ନିର୍ବାଚନ ପୂର୍ବରୁ ମିଛ ପ୍ରତିଶ୍ରୁତି ଦେଇ ସରକାର କୁ ଆସିବା ପରେ ଅସଲ ମୁଖା ଖୋଲିଛି। ଆହୁରି ମଧ୍ୟ ଅନଲୋଡିଂ ଖର୍ଚ୍ଚ ଚାଷୀ କୁ ବହନ କରିବାକୁ ପଡୁଛି ଯାହାକି ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି।

error: Content is protected !!