Wednesday, January 22, 2025
spot_imgspot_imgspot_img
Homeଖେଳ୨୯ ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ : ରାଜମଣ୍ଡ୍ରି ଚମ୍ପିୟାନ।

୨୯ ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ : ରାଜମଣ୍ଡ୍ରି ଚମ୍ପିୟାନ।

ପଦ୍ମପୁର – ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ ୨୯ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଫାଇନାଲ ମ୍ୟାଚରେ ରାଜା ୱାରିଅର ରାଜମଣ୍ଡ୍ରି ଓ ୟୁନିଅନ ସ୍ପୋର୍ଟିଙ୍ଗ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରାଜମଣ୍ଡ୍ରି କ୍ରିକେଟ ଦଳ ଟସ ଜିଣି ବ୍ୟାଟିଂ କରି ୩୫ ଓଭରରେ ୮ ଗୋଟି ୱିକେଟ ହରାଇ ୧୭୫ ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ଜି. ଲାବନ ୭୯ ବଳରେ ୫୬ ରନ କରିଥିଲେ । କଟକ ଦଳ ପକ୍ଷରୁ ପ୍ରଶାନ୍ତ ରଣା, ତାପସ ରାଉତ ଓ ଶେଖର ମାଝୀ ୩ ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ କଟକ ଦଳ ୨୬.୧ ଓଭରରେ ସମସ୍ତ ୱିକେଟ ହରାଇ ୧୧୮ ରନ କରି ୫୭ ରନରେ ପରାସ୍ତ ହୋଇଥିଲେ । କଟକ ଦଳ ପକ୍ଷରୁ ତାପସ ରାଉତ ୫୦ ବଳରେ ୩୬ ରନ ଓ ଜ୍ୟୋତିରଞ୍ଜନ ଦଳେଇ ୫ବଳରେ ୨୪ ରନ ସଂଗ୍ରହ କରିଥିଲେ ।

ରାଜମଣ୍ଡ୍ରି ଦଳ ପକ୍ଷରୁ ଚନ୍ଦୁ ରବଡା,ଲିଖିତ, ପ୍ରସନ୍ନ ଓ ରାମବାବୁ ୨ ଟି ଲେଖାଏଁ ବିକେଟ ନେଇଥିଲେ । ଆଜିର ମ୍ୟାଚର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ସମ୍ମାନିତ ଅତିଥି ଭାବରେ ଖରିଆର ବିଧାୟକ ଅଧୀରାଜ ପାଣିଗ୍ରାହୀ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ଓ ସ୍ୱତନ୍ତ୍ର ଅତିଥି ଭାବରେ ଓଡ଼ିଆ ସିନେତାରକା ପ୍ରକୃତି ମିଶ୍ର ଯୋଗଦାନ ଦେଇଥିଲେ । ମେନ୍ ଅଫ ଦି ମ୍ୟାଚ ଭାବରେ ରାଜମଣ୍ଡ୍ରି ଦଳର ଜି. ଲାବନ, ମେନ ଅଫ ଦି ସିରିଜ କଟକ ଦଳର ତାପସ ରାଉତ, ବେଷ୍ଟ ବ୍ୟାଟ୍ସମ୍ୟାନ କଟକ ଦଳର ଜ୍ୟୋତିରଞ୍ଜନ ଦଳେଇ କୁ ପୁରସ୍କୃତ କରିଥିଲେ ।

ଆଜିର ମ୍ୟାଚରେ ବିଜେତା ଦଳକୁ ୭୦ ହଜାର ଟଙ୍କା ସହିତ ଟ୍ରଫି ଓ ଉପବିଜେତା ଦଳକୁ ୪୦ ହଜାର ଟଙ୍କା ସହିତ ଟ୍ରଫି ଅତିଥି ମାନେ ପ୍ରଦାନ କରିଥିଲେ । ଆଜିର ମ୍ୟାଚକୁ ଅମ୍ପାୟାର ବଳରାମ ପଟ୍ଟନାୟକ ଏବଂ ବିଶ୍ୱମ୍ଭର ମହାକୁର ପରିଚାଳନା କରିଥିବାବେଳେ ମ୍ୟାଚ ରେଫରୀ ଭାବରେ ସଚ୍ଚିଦାନନ୍ଦ ପଣ୍ଡା ଥିବା ବେଳେ ସ୍କୋରର ଅମରେଶ ବେହେରା ଅନଲାଇନ ସ୍କୋରର ରିଙ୍କୁ ବରିହା ଓ କେଶରଞ୍ଜନ ପ୍ରଧାନ, ରୋହିଣି ପାଣ୍ଡେ,କୁମାର ଆନନ୍ଦ, ବିକାଶ କୁମ୍ଭାର, ଦିବ୍ୟ ପଣ୍ଡା, ପ୍ରକାଶ ପାତ୍ର ପ୍ରମୁଖ ମ୍ୟାଚର ଧାରାବିବରଣୀ ପ୍ରଦାନ କରିଥିଲେ । ବୋରାସମ୍ବର ସ୍ପୋର୍ଟିଙ୍ଗର ସମ୍ପାଦକ ଭରତ ପଣ୍ଡା ବାର୍ଷିକ ବିବରଣୀ ପଠନ କରିଥିଲେ l

error: Content is protected !!