Friday, April 18, 2025
spot_imgspot_imgspot_img
Homeଖେଳ୨୯ ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ:ଦ୍ଵିତୀୟ ସେମିଫାଇନାଲ ବରଗଡ ଓ ଆନ୍ଧ୍ରପ୍ରଦେଶ...

୨୯ ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ:ଦ୍ଵିତୀୟ ସେମିଫାଇନାଲ ବରଗଡ ଓ ଆନ୍ଧ୍ରପ୍ରଦେଶ ମଧ୍ଯରେ ।

ପଦ୍ମପୁର – ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ ୨୯ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ସପ୍ତମ ଦିବସର ଦ୍ଵିତୀୟ ଗ୍ରୁପର ତୃତୀୟ ମ୍ୟାଚରେ ଆଜି ରାଜା ୱାରିଅର ରାଜମଣ୍ଡ୍ରି ଓ ରୋୟଲ ଇଲେଭେନ ପାଟଣା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପାଟଣା କ୍ରିକେଟ ଦଳ ଟସ ଜିଣି ରାଜମଣ୍ଡ୍ରି ଦଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଓ ରାଜମଣ୍ଡ୍ରି ଦଳ ନିର୍ଦ୍ଧାରିତ ୨୮.୪ ଓଭରରେ ସମସ୍ତେ ୱିକେଟ ହରାଇ ୧୭୪ ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ମନୀକାନ୍ତ ୩୯ ବଲରେ ୪୦ ରନ ଓ ପ୍ରସନ୍ନ ୩୨ ବଳରେ ୩୨ ରନ କରିଥିଲେ ।

ପାଟଣା ପକ୍ଷରୁ ଆକାଶ ରାଜ ୨୦ ରନ ଦେଇ ୪ ଟି ୱିକେଟ ନେଇଥିଲେ । ଜବାବରେ ପାଟଣା ଦଳ ୨୫ ଓଭରରେ ସମସ୍ତ ବିକେଟ ହରାଇ ୧୨୯ ରନ କରି ପରାସ୍ତ ହୋଇଥିଲେ । ପାଟଣା ଦଳ ପକ୍ଷରୁ ଅଫସର କ୍ୟୁରେସୀ ୫୫ ବଳରେ ୬୬ ରନ ସଂଗ୍ରହ କରିଥିଲେ । ରାଜମଣ୍ଡ୍ରି ଦଳ ପକ୍ଷରୁ ଲିଖିତ ୩ ଟି ବିକେଟ ଓ ପ୍ରସନ୍ନ ୨ ଟି ବିକେଟ ନେଇଥିଲେ l ଫଳରେ ୪୫ ରନ ରେ ରାଜମଣ୍ଡ୍ରି ଦଳ ବିଜୟୀ ହୋଇଥିଲେ। ଆଜିର ମ୍ୟାଚର ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଯୋଗ ଦେଇ ମେନ୍ ଅଫ ଦି ମ୍ୟାଚ ଭାବରେ ରାଜମଣ୍ଡ୍ରି ଦଳର ପ୍ରସନ୍ନକୁ ପୁରସ୍କୃତ କରିଥିଲେ ।

ଆଜିର ମ୍ୟାଚକୁ ଅମ୍ପାୟାର ଅମୀୟ ଭୂଷଣ ସାହୁ ଏବଂ ବିଶ୍ୱମ୍ଭର ମହାକୁର ପରିଚାଳନା କରିଥିବା ବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ ରୋହିଣି ପାଣ୍ଡେ,କୁମାର ଆନନ୍ଦ, ବିକାଶ କୁମ୍ଭାର, ଦିବ୍ୟ ପଣ୍ଡା ପ୍ରମୁଖ ମ୍ୟାଚର ଧାରାବିବରଣୀ ପ୍ରଦାନ କରିଥିଲେ । ଶୁକ୍ରବାର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ରାଜା୍ୱାରିଅର ରାଜମଣ୍ଡ୍ରି ଓ ବ୍ଲୁ ଡାଇମଣ୍ଡ ବରଗଡ ମଧ୍ୟରେ ଅନୁଷ୍ଠିତ ହେବ l

error: Content is protected !!