ପଦ୍ମପୁର – ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ ୨୯ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ତୃତୀୟ ମ୍ୟାଚରେ ଆଜି କ୍ୟୁସିଆଇ ୱାରିଅର ଛତିଶଗଡ ଓ ଗୁଲବର୍ଗା ସିଟି ଇଲେଭେନ କର୍ଣ୍ଣାଟକ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଛତିଶଗଡ ଦଳ ପ୍ରଥମେ ଟସ ଜିଣି ବ୍ୟାଟିଂ କରିଥିଲେ । ନିର୍ଦ୍ଧାରିତ ୩୦ ଓଭରରେ ଅଳଆଉଟ ହୋଇ ୧୮୮ ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ସନି ତିୱାରୀ ୫୪ ବଲରେ ୬୭ରନ ଏବଂ ଶଶାଙ୍କ ନେତମ ୨୪ ବଳରେ ୪୧ ରନ କରିଥିଲେ ।
କର୍ଣ୍ଣାଟକ ପକ୍ଷରୁ ସୁମନ ମହାରଣା ୫.୩ ଓଭରରେ ୧୬ ରନ ଦେଇ ୬ ଟି ବିକେଟ ନେଇଥିଲେ । ଜବାବରେ କର୍ଣ୍ଣାଟକ ଦଳ ୨୯.୧ ଓଭରରେ ସମସ୍ତ ୱିକେଟ ହରାଇ ୧୮୭ ରନ ସଂଗ୍ରହ କରିଥିଲେ । କର୍ଣ୍ଣାଟକ ଦଳ ପକ୍ଷରୁ ଅଭିଳାଷ ନାୟକ ୫୪ ବଳ ରେ ୬୭ ରନ ଓ କ୍ରିଷ୍ଣା ୫୦ ବଳରେ ୬୧ ରନ ସଂଗ୍ରହ କରିଥିଲେ । ଫଳରେ ୧ ରନରେ ରା଼ଇପୁର ଦଳ ବିଜୟୀ ହୋଇଥିଲେ।
ତୃତୀୟ ମ୍ୟାଚର ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବରେ ରାଜବୋରାସମ୍ବର ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଭିଳାଷ ସାହୁ ଯୋଗଦାନ ଦେଇ ମେନ୍ ଅଫ ଦି ମ୍ୟାଚ ଭାବରେ ରାଇପୁର ଦଳର ସନି ତିୱାରୀକୁ ପୁରସ୍କୃତ କରିଥିଲେ । ତୃତୀୟ ଦିନର ମ୍ୟାଚକୁ ଅମ୍ପାୟାର ଶ୍ୟାମସୁନ୍ଦର ପଣ୍ଡା ଏବଂ ବିଶ୍ୱଜିତ ପୁରୋହିତ ପରିଚାଳନା କରିଥିବା ବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ ଦିବ୍ୟ ପଣ୍ଡା, ରୋହିଣି ପାଣ୍ଡେ,କୁମାର ଆନନ୍ଦ ପ୍ରମୁଖ ମ୍ୟାଚର ଧାରାବିବରଣୀ ପ୍ରଦାନ କରିଥିଲେ ।ବୁଧବାର ପ୍ରଥମ ସେମି ଫାଇନାଲ ମ୍ୟାଚ କ୍ୟୁସୀଆଇ ୱାରିଅର ରାୟପୁର ଓ ୟୁନିଅନ ସ୍ପୋର୍ଟିଙ୍ଗ କଟକ ମଧ୍ୟରେ ଅନୁଷ୍ଠିତ ହେବ l