Saturday, March 7, 2026
Homeଅଘଟଣ୨୦୦ ଲିଟର ମଦ ଜବତ,ଅଭିଯୁକ୍ତ ଗିରଫ

୨୦୦ ଲିଟର ମଦ ଜବତ,ଅଭିଯୁକ୍ତ ଗିରଫ

ପଦ୍ମପୁର ୮।୩
ବୁଡେନ ପୁଲିସ ପକ୍ଷରୁ ବେଆଇନ ନିଶାଦ୍ରବ୍ୟ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉଛି।ବିଶ୍ବସ୍ଥ ସୁତ୍ରରୁ ଖବର ପାଇ ଥାନା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ଟିମ ସୁଲିଆ ଜଙ୍ଗଳ ଭିତରକୁ ପଶିଥିଲେ।ସେଠାରେ ବେଆଇନ ଭାବରେ ମଦ ବ୍ୟବସାୟ କରୁଥିବା ସୁଲିଆ ଗ୍ରାମର ଦଶରଥ ବରିହାଙ୍କୁ କାବୁ କରିଥିଲେ।ତାଙ୍କ ପାଖରୁ ୨୦୦ ଲିଟର ଦେଶୀମଦ ଜବତ କରିଥିଲେ ଏବଂ ମଦ ତିଆରି ପାଇଁ ରଖିଥିବା ୮ଶହ ଲିଟର ପୋଚକୁ ନଷ୍ଟ କରିଥିଲେ।ଅଭିଯୁକ୍ତ ଦଶରଥକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

error: Content is protected !!