Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତି୧୭ ବର୍ଷରୁ କମ ମହିଳା ଫୁଟବଲ ଖେଳାଳୀ ଲୋଟସଙ୍କ ନୁଆଁ ସୋପାନ ।

୧୭ ବର୍ଷରୁ କମ ମହିଳା ଫୁଟବଲ ଖେଳାଳୀ ଲୋଟସଙ୍କ ନୁଆଁ ସୋପାନ ।

ବରପାଲି-ବରପାଲି କଦଲିପାଲି ମହିଳା ଫୁଟବଳ ଦଳର ଖେଳାଳି ଲୋଟସ ହଂସ ୧୭ ବର୍ଷରୁ କମ ବିଭାଗ ଖେଳାଳି ଭାବରେ ମନୋନୀତ ହୋଇ ଆନ୍ର୍ଧପ୍ରଦେଶ ଅନନ୍ତପୁରମରେ ପହଞ୍ଜି ଯାଇଛନ୍ତି। ପୁର୍ବରୁ ଭୁବନେଶ୍ବରରେ ତାଲିମ ନେଉଥିଲେ। ଗତ ୧୦ତାରିଖ ଓଡିଶା ଫୁଟବଲ ୧୭ ବର୍ଷରୁ କମ ବିଭାଗ ଖେଳାଳୀ ମାନଙ୍କ ସହ ତାଙ୍କର ଯାତ୍ରା ଭୁବନେଶ୍ବରରୁ ଯାତ୍ରା ଆରମ୍ଭ କରିଥିଲେ।

ଗତ ଡିସେମ୍ବର ୨୫ରୁ ୨୯ତାରିଖ ପର୍ଯ୍ଯନ୍ତ ବିହାର ସରନରେ ଆୟୋଜିତ ୬୭ତମ ଯାତିୟ ସ୍କୁଲ କ୍ରିଡା ଫୁଟବଲ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେହିପରି କଟକ ବାରବାଟି ଷ୍ଟାଡିୟମରେ ହୋଇଥିବା ସବ୍ ଯୁନିଅର ବାଳିକା ଫୁଟବଲ ପ୍ରତିଯୋଗିତାରେ ଭାଗ ନେଇ ତାଙ୍କର ପ୍ରତିଭା ପଦର୍ଶନ ମାଧ୍ଯମରେ ସଫଳତା ଆଣିଥିଲେ। ଲୋଟସଙ୍କ କୋଚର ତଥା କଦଲିପାଲୀ ମହିଳା ଫୁଟବଲ ତତ୍ବାଧାରକ ସମ୍ପୂର୍ଣ୍ଣ ଭୋଇ ଲୋଟସଙ୍କ କୃତିତ୍ବ ପାଇଁ ଶୁଭେଚ୍ଛା ଜଣାଇବା ସହ ଆଗାମି ଦିନରେ ଅର୍ନ୍ତଯାତିୟ ଖେଳାଳୀ ହେବାର ପାରଙ୍ଗମତା ନିଶ୍ଚିତ ରଖିପାରିବ ମୋର ପୂର୍ଣ୍ଣ ବିଶ୍ବାଷ ରହିଛି ବୋଲି କହିଥିଲେ।

ବରିଷ୍ଠ କୋଚର ସମ୍ପୂର୍ଣ ଭୋଇଙ୍କ ନିକଟରୁ ଲୋଟସ ଛୋଟ ବେଳୁ ତାଲିମ ନେଇ ଫୁଟବଳ ଖେଳାଳୀ ଭାବରେ ନିଜକୁ ଆଗେଇ ନେଇଛନ୍ତି।ସୁଚନାଯୋଗ୍ଯ କଦଲିପାଲି ମହିଳା ଫୁଟବଲ ଦଳରୁ ପୁର୍ବରୁ ନଅ ଜଣ ବାଳିକା ଯାତିୟ ସ୍ତରରେ ଫୁଟବଲ ଖେଳିଥିବା ବେଳେ ଅନ୍ଯତମ ଖେଳାଳୀ ନିକିତା ବିଶି ଅର୍ନ୍ତଯାତିୟ ସ୍ତରରେ ନିଜ ସ୍ବତନ୍ର୍ତତା ବଜାୟ ରଖିଛନ୍ତି। ବିଶ୍ବର ବିଭିନ୍ନ ସ୍ଥାନରେ ନିଜର ପାରଙ୍ଗମତା ଦେଖାଇ ପାରିଛନ୍ତି। ସମ୍ପ୍ରତି ଲୋଟସ ଜାତୀୟ ଫୁଟବଲ ଖେଳାଳି ଭାବେ ଅନନ୍ତପୁରମ ଯାଇଥିବା ଖବର ଜଣାପଡ଼ିଲା ପରେ ଅଞ୍ଚଳର କ୍ରିଡାବିତ୍ତ, କ୍ରିଡାପ୍ରେମି ତଥା ବିଭିନ୍ନ ସାମାଜିକ ସଂସ୍ଥା ପକ୍ଷରୁ ତାଙ୍କୁ ଶୁବେଚ୍ଛା ଜଣାଇଛନ୍ତି।

error: Content is protected !!