Saturday, March 7, 2026
Homeଖେଳ୧୬ତମ ସର୍ବଭାରତୀୟ ରାମ ଧୂନ୍ କ୍ଳବ୍ ଫୁଟବଲ ଚାମ୍ପିଅନସିପ୍ ଉଦଘାଟିତ ।

୧୬ତମ ସର୍ବଭାରତୀୟ ରାମ ଧୂନ୍ କ୍ଳବ୍ ଫୁଟବଲ ଚାମ୍ପିଅନସିପ୍ ଉଦଘାଟିତ ।

ସୁବର୍ଣ୍ଣପୁର – ସୋନପୁର ରାମଧୂନ କ୍ଲବ ଆନୁକୂଲ୍ୟରେ ୧୬ତମ ସର୍ବ ଭାରତୀୟ ରାମଧୂନ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳର ଉଦଘାଟନ କରିବା ସହ ଖେଳାଳୀ ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ l ସମ୍ମାନିତ ଅତିଥି ଭାବରେ ଓଡ଼ିଶା ସାମ୍ୱାଦିକ ସଂଘ ରାଜ୍ୟ ସଭାପତି ଶ୍ରୀ ଶଶି ଭୂଷଣ ପ୍ରହରାଜ , ପୌର ପରିଷଦ ଅଧ୍ୟକ୍ଷା ତାମସି ତମସ୍ମିତା ନାଏକ, ପ୍ରାକ୍ତନ ପୌର ପରିଷଦ ଅଧ୍ୟକ୍ଷ କଇରୁ ସ୍ବାଇଁ, ସମାଜସେଵୀ ଶ୍ରୀବତ୍ସ ମଲ୍ଲିକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଜିଲ୍ଲା କ୍ରିଡ଼ା ସଂଘ ଉପ ସଭାପତି ଚିତ୍ତ ରଞ୍ଜନ ତରାସିଆ, ବିଜେପି ନଗର ସଭାପତି ସୁରେଶ୍ ବିଶ୍ଵାଳ, କାଉନସିଲର ସୁକାନ୍ତ ସାହୁ ଓ ସମସ୍ତ ଫୁଟବଲ୍ ଟିମର ପ୍ରାୟୋଜକ ଯୋଗଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ l

ରାମଧୂନ କ୍ଲବର ସମ୍ପାଦକ ପୀୟୂଷ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାକୁ ଆୟୋଜକ କ୍ଳବ୍ର ମିଡିଆ କୋଡ଼ିନେଟର ମନୋରଞ୍ଜନ ତ୍ରୀପାଠୀ ସଂଯୋଜନା କରିଥିଲେ l କୋଶଳ ଆବାସିକ ଉଚ୍ଚ ବିଦ୍ୟାଳୟ ର ଜୁନିଅର୍ ଛାତ୍ର ଓ ଆୟୋଜକ କମିଟି ରାମ ଧୁନ୍ କ୍ଳବ୍ ସଦସ୍ୟଙ୍କ ଦ୍ବାରା ଜିଲ୍ଲାପାଳ , ସମସ୍ତ ଅତିଥି ଓ ଖେଳାଳୀଙ୍କୁ ଭବ୍ୟ ସ୍ବାଗତ କରଯାଇଥିଲା l ଶେଷରେ ବିକାଶ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ l ଚଳିତ ବର୍ଷ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଖୁବ୍ ଆକାର୍ଷଣୀୟ କରାଯାଇଥିବା ବେଳେ ହଜାର ହଜାର ଦର୍ଶକ ଖେଳ କୁ ଉପଭୋଗ କରିଥିଲେ l ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଗାନ୍ଧୀ ଷ୍ଟାଡ଼ିୟମରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।

ଆଜି ଉଦଘାଟନୀ ମ୍ୟାଚ କଟକ ମା ମଙ୍ଗଳା କ୍ଳବ୍ ଓ ବରଗଡ ୟୁନାଇଟେଡ କ୍ଳବ ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳରେ ଶେଷ ଦଶ ମିନିଟ ଯାଏଁ କଟକ ଦଳ ୨-୦ ରେ ଆଗୁଆ ଥିଲା l କିନ୍ତୁ ବରଗଡ ଦଳ ଶେଷ ପର୍ଯ୍ୟାୟରେ ୨ ଟି ଗୋଲ ସ୍କୋର କରି ଖେଳକୁ ବରାବର କରି ମ୍ୟlଚକୁ ଖୁବ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚାଇଥିଲେ l ଶେଷରେ ଟ୍ରାଇ ବ୍ରେକରରେ ମଧ୍ୟ ଉଭୟ ଦଳ ସମାନ ସ୍ଥିତିରେ ପହଞ୍ଚିଥିଲେ l ଶେଷରେ ସଡନ୍ ଡେଥରେ ୬-୫ ଗୋଲରେ କଟକ ମା ମଙ୍ଗଳା ଦଳ ବିଜୟୀ ହୋଇଥିବା ବେଳେ କଟକ ଦଳର ଦୀନବନ୍ଧୁ ଦାସ ଜର୍ସି ନମ୍ୱର୍ ୧୦ ଖେଳାଳୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା l

error: Content is protected !!