
ବରପାଲି-ବରପାଲି ଐତିହ୍ୟ ସମ୍ପନ୍ନ ଶୀତଳ ଷଷ୍ଠୀ ମହୋତ୍ସବର ତିଥି ବରିଷ୍ଠ ପଣ୍ତିତ ମାନଙ୍କ ଦ୍ବାରା ନିର୍ଦ୍ଧାରଣ ହୋଇଯାଇଛି। ଯାତ୍ରା କମିଟି ଭଣ୍ଡାର ଗୃହ ନୃପଲାଲ୍ କ୍ଲବ ପରିସରରେ ବହୁ ବିଜ୍ଞ ପଣ୍ଡିତ ମାନଙ୍କ ସହାୟତାରେ ବିଭିନ୍ନ ପଞ୍ଜିକା ପଠନ ସହ ସଠିକ ଲଗ୍ନ ନିର୍ଦ୍ଧାରଣ କରାଯାଇଥିଲା। ଚଳିତ ବର୍ଷ ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ଆସନ୍ତା ଏପ୍ରିଲ ୨୦ ତାରିଖ ସୋମବାର ଅକ୍ଷୟ ତୃତୀୟା ତିଥିରେ ପୂର୍ବାହ୍ନ ସକାଳ ସମୟରେ ବାବା କପିଳେଶ୍ଵର ମହାଦେବଙ୍କ ମନ୍ଦିରରେ ରୁଦ୍ରାଭିଷେକ ସମ୍ପର୍ଣ୍ଣ ହେବ।ପରେ ସନ୍ଧ୍ୟା ସମୟରେ ମହୋତ୍ସବର ପ୍ରଥମ ପର୍ବ ଥାଳ ଉଠା ମହାପର୍ବ ସୂଭାରମ୍ଭ ହେବ। ଥାଳଉଠା ପର୍ବ ସମାପନ ପରଠାରୁ ଯାତ୍ରାର ବିଭିନ୍ନ ବିଧି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯିବ। ଚଳିତ ବର୍ଷ ଯାତ୍ରା ଆସନ୍ତା ଜୁନ ୧୫ ତାରିଖରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଧୁମ ଧାମରେ ପରମ୍ପରାଗତ ଭାବରେ ପାଳନିୟ ହେବ ।

ଜୁନ ୧୫ ତାରିଖ ପ୍ରତିପଦା ସୋମବାର ସକାଳ ୮.୪୬ ମିନିଟ ପରେ ଭଣ୍ଡାର ଗୃହ ରେ ଶ୍ରୀ ନଟରାଜ ମୂର୍ତ୍ତି ସ୍ଥାପନ। ଅପରାହ୍ନ ୬.୩୫ ରେ ଯାତ୍ରକାରୀ ଙ୍କ ଦ୍ଵାରା କପିଳେଶ୍ୱର ବାବାଙ୍କ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ରେ ବାହାରି ଭଣ୍ଡାର ଗୃହ କୁ ଆଗମନ । ଦ୍ଵିତୀୟା ୧୬ ତାରିଖ ମଙ୍ଗଳବାର ସକାଳ ୯.୪୫ ମିନିଟ ଗତେ ସମଲେଶ୍ଵରୀ ମନ୍ଦିର ସମ୍ମୁଖରେ ରୁଦ୍ରଯଜ୍ଞ ର ଶୁଭାରମ୍ଭ। ରାତ୍ର ୧୦ ଘଣ୍ଟା ମଧ୍ୟେ ପାତ୍ରୀ ମନୋନୟନ କାର୍ଯକ୍ରମ ବୈଦିକ ରୀତି ରେ ସମ୍ପନ୍ନ ହେବ । ତୃତୀୟା ବୁଧବାର ୧୭ ତାରିଖ ରେ ରାତ୍ର ୮ ଘଣ୍ଟା ରେ ଭୈରବ ବାବା ଙ୍କ ଦେବ ନିମନ୍ତ୍ରଣ ଶୋଭାଯାତ୍ରା ।ଗୁରୁବାର ଚତୁର୍ଥୀ ୧୮ ତାରିଖ ଦିନ ସକାଳ ୯.୪୫ ମିନିଟ ପରେ ବୈଦିକ ରୀତି ରେ ଗଣ୍ଠିଆଲ ଫିଟା, ହରିଦ୍ରା ଗଣସନ , ରାତ୍ର ୮.୩୦ ମିନିଟ ରେ ବରଧରା, ପରେ ରାତ୍ରରେ କପିଳେଶ୍ୱର ବାବା ଙ୍କ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ ।

ଶୁକ୍ରବାର ପଞ୍ଚମୀ ତିଥି ରେ ବିଶୁଦ୍ଧ କନ୍ୟା ଲଗ୍ନେ ମକର ନବଂଶେ ଦିବା ୧୨.୩୫ ରୁ ୧୨.୫୦ ମଧ୍ୟ ରେ ବୈଦିକ ରୀତିରେ ଦେବ ଦମ୍ପତି ଙ୍କ ବିବାହ ପାଣି ଗ୍ରହଣ । ଶନିବାର ଷଷ୍ଠୀ ତିଥି ରେ ସକାଳେ ହାକାରା ଭାର , ମଧ୍ୟାହ୍ନ ୧ ଟା ରେ ରୁଦ୍ର ଯଜ୍ଞ ର ପୂର୍ଣ୍ଣାହୁତି ।ଅପରାହ୍ନ ୪ ଟା ରେ ବିଛା ଲଗ୍ନ ରେ ଦେବୀ ଙ୍କ ସ୍ଵଶୁରାଳୟ ଆଗମନ । ରବିବାର ସକାଳ ୯.୪୦ ରେ ପରଭା ଉଠା ରାତ୍ର ୧୦ ଘଣ୍ଟା ମଧ୍ୟେ ଦେବ ଦମ୍ପତି ଙ୍କ ମନ୍ଦିର ପ୍ରବେଶ ସହ ଯାତ୍ରା ସମ୍ପନ୍ନ । ଏହି ଲଗ୍ନ ନିର୍ଦ୍ଧାରଣ ବୈଠକ ଯାତ୍ରା କମିଟିର ସଭାପତି ଆନନ୍ଦ ବାବୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପଣ୍ଡିତ ହେମନ୍ତ ମିଶ୍ର, ପଣ୍ଡିତ ପୀନାକି ଦାଶ, ପଣ୍ଡିତ ସଦାନନ୍ଦ ଦାଶ, ଡକ୍ଟର ସରୋଜ କୁମାର ଦାଶ, ପଣ୍ଡିତ ରବୀନ୍ଦ୍ର ଦାଶ, କୃଷ୍ଣ ଚନ୍ଦ୍ର ଦାଶ ,ଲିପନ ଦାଶ, ଯାତ୍ରା କମିଟି ର ସମ୍ପାଦକ ଜୟନ୍ତ କୁମାର ତ୍ରିପାଠୀ, ପଦ୍ମଲୋଚନ ସାହୁ, ବାଲକିଶୋର ଖାଡଙ୍ଗା , ବିନୋଦ ସୁଷାରୀ ପ୍ରମୁଖ ଉପସ୍ଥିତ ଥିଲେ ।



