ବରପାଲି-ବରପାଲି ଶୀତଳ ଷଷ୍ଠୀ ଯାତ୍ରା ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଏକ ହଜାର କଳାକାର ଯୋଗ ଦେଉଥିବା ବେଳେ ବ୍ଯୟ ଅଟକଳ ୬୦ଲକ୍ଷ ରଖାଯାଇଛି। ଯାତ୍ରା କମିଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ ହୋଇ ସୂଚନା ଦିଆଯାଇଥିଲା। ଚଳିତ ବର୍ଷ ଆସନ୍ତା ୨୭ ରୁ ଏହି ଯାତ୍ରା ଆରମ୍ଭ ହୋଇ ୨ ତାରିଖ ଦିନ ଯାଏଁ ଅନୁଷ୍ଠିତ ହେବ। କପିଳେଶ୍ଵର ବାବା ୨୭ ତାରିଖ ସନ୍ଧ୍ୟା ରେ ମନ୍ଦିର ରୁ ବାହାରି ନଗର ପରିକ୍ରମା କରି ଭଣ୍ଡାର ଗୃହ କୁ ଯିବେ , ୨୮ ତାରିଖ ରେ କନ୍ୟା ମନୋନୟନ ବା ପତର ପେଣ୍ଡି, ୨୯ ତାରିଖ ଭୈରବ ବାବା ଙ୍କ ଦେବ ନିମନ୍ତ୍ରଣ ଶୋଭାଯାତ୍ରା,୩୦ ରେ ସକାଳେ ଗଣ୍ଠି ଆଳ ଫିଟା ଓ ସନ୍ଧ୍ୟା ରେ ବରାନୁଗମନ ଶୋଭାଯାତ୍ରା।

ଚଳିତ ବର୍ଷ ସ୍ଥାନୀୟ ତହସିଲ ଛକ ରୁ ବରାନୁଗମନ ଶୋଭାଯାତ୍ରା ଆରମ୍ଭ ହୋଇ ହିମାଦ୍ରି ନଗର ପହଞ୍ଚିବା ପରେ ପରଦିନ ବୈଦିକ ରୀତିରେ ଦେବ ଦମ୍ପତ୍ତି ଙ୍କ ବୈବାହିକ କାର୍ଯ୍ୟ ଅନୁଷ୍ଠିତ ହେବ।୩୧ ତାରିଖ ରେ ଦେବ ଦମ୍ପତ୍ତି ଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ବା ବୈଠକି ଯାତ୍ରା ୧ ତାରିଖ ସନ୍ଧ୍ୟା ରେ ଲମ୍ବନି ଶୋଭାଯାତ୍ରା ୨ ତାରିଖ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ବା ଦେବ ଦମ୍ପତ୍ତି ଙ୍କ ମନ୍ଦିର ପ୍ରବେଶ ସହ ଯାତ୍ରା ର ବିରତି ହେବ ବୋଲି ଯାତ୍ରା କମିଟି ର ସଭାପତି ଆନନ୍ଦ ବାବୁ ସୂଚନା ଦେଇ ଥିଲେ ।

ଅନ୍ୟ ପକ୍ଷରେ ଚଳିତ ବର୍ଷ ଯାତ୍ରା କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ର ଢେଙ୍କାନାଳ ଘଣ୍ଟ ବାଦ୍ୟ, କଳାହାଣ୍ଡି ଘୁମୁରା, ସହ ମହାରାଷ୍ଟ୍ର, କେରଳ,ଛତିଶ ଗଡ଼, ପଶ୍ଚିମ ବଙ୍ଗାଲ ଆଦି ରାଜ୍ୟ ର ଏକ ହଜାର କଳାକାର ଯୋଗ ଦେବେ ବୋଲି କମିଟି ର ସମ୍ପାଦକ ଜୟନ୍ତ କୁମାର ତ୍ରିପାଠୀ ସୂଚନା ଦେଇ ଥିଲେ। ସେହିପରି ଯାତ୍ରା ର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ହେଉଛି ତାରକାସୁରର ଦରବାର, ହାଇସ୍କୁଲ ପଡିଆ ରେ ମୀନା ବଜାର, ନଟରାଜ ଉତ୍ସବ ଆଦି ଅନୁଷ୍ଠିତ ହେବା ସହ ସହର ର ବିଭିନ୍ନ ଛକ ଜାଗା ରେ ପ୍ରତ୍ୟହ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ କନ୍ଯାପିତା ସଂଜୟ ମେହେର, ଉପଜିଲ୍ଲାପାଲ ପ୍ରସନ୍ନ ପାଣ୍ତେ,ତହସିଲଦାର ଋକ୍ବଣ ମେହେର,ଏନଏସି ନିର୍ବାହୀଅଧିକାରୀ ଭୁବନ ସତପଥି,ଅଧ୍ଯକ୍ଷ ଦିନେଶ ଗହିର ତଥା ଯାତ୍ରା କମିଟି ସଦସ୍ଯ ମାନେ ଉପସ୍ଥିତ ରହିଥିଲେ।


