ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ମଧ୍ୟ ଇଂରାଜୀ ବିଦ୍ୟାଳୟ ଯୋଉଟା କି ୧୯୨୪ ମସିହାରେ ୩୩ ଡିସିମିଲ ପରିମିତ ଜମି ରେ ନିର୍ମାଣ ହୋଇଥିଲା ତାର ଆସନ୍ତା ୧୪ ଏବଂ ୧୫ତାରିଖରେ ଶତବାର୍ଷିକୀ ଉତ୍ସବ ପଲନ ମହା ଆଡ଼ମ୍ବରରେ ପାଳିତ ହେବାକୁ ଯାଉଅଛି।ଏହି ଅବସରରେ ଗୁଦେରପାଲି ଗାଁ ମୁଣ୍ଡରେ ୨୦ ଫୁଟ ଉଚ୍ଚତା ଏବଂ ୨୪ ଫୁଟ ଚଉଡାର ଏକ ପ୍ରବେଶ ତୋରଣ ସାଙ୍ଗକୁ ୟୁପି ସ୍କୁଲ୍ ସମ୍ମୁଖରେ ଏକ ୧୪ଫୁଟ ଉଚ୍ଚତା ଏବଂ ୧୯ ଫୁଟ ଚଉଡାର ଏକ ସ୍କୁଲ ପ୍ରବେଶ ତୋରଣ ନିର୍ମାଣ କରାହେଉଛି। ସ୍କୁଲ ପରିସର ସଫେଇ ସାଙ୍ଗକୁ ଶ୍ରେଣୀ କୋଠରୀ ମାନଙ୍କୁ ରଙ୍ଗ ବୋଲି ନାନା ରଙ୍ଗର ଆଲୋକ ମାଲାରେ ସୁସଜ୍ଜିତ କରିବା ପାଇଁ ପ୍ରସ୍ତୁତି ଯୋର୍ ସୋର ଚାଲିଛି।
ଏହି ଶତବାର୍ଷିକୀ ଉତ୍ସବଟି ଦୁଇଦିନ ବ୍ଯାପି ଚାଲିବ। ଏଥିରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ,ଶିକ୍ଷାପ୍ରେମୀ ତଥା ଜନସାଧାରଣଙ୍କ ମହାକୁମ୍ଭ ଦେଖିବାକୁ ମିଲିବ। ଦୁଇଦିନ ବ୍ଯାପି ସମଗ୍ର ଗୁଦେରପାଲି ଗ୍ରାମବାସୀ, ଶିକ୍ଷକ ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଅତିଥିମାନେ ଏକତ୍ର ଭୋଜନ କରିବେ ବୋଲି କମିଟି ନିଷ୍ପତ୍ତି ନେଇଛି।ପ୍ରଥମ ଦିବସରେ ଗ୍ରାମଦେବତୀଙ୍କ ପାଖରୁ ଉଦଘାଟନୀ ମଶାଳ ଯାତ୍ରା, ନୂତନ ତୋରଣ ମାନଙ୍କର ଉଦାଘାଟନ,ହାସ୍ଯକବି ସମ୍ମିଳନୀ, ସ୍ମରଣିକା ଉନ୍ମୋଚନ, ସଂଧ୍ୟାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଲଘୁ ନାଟକ, ବୀଣାପାଣି ସାହିତ୍ୟ କଳା ସାଂସଦ ବଡକର୍ଲେ ନାଟକ ବଳଦ ଆଦି କାର୍ଯ୍ୟକ୍ରମ ରହିଛି।
ସେହିପରି ଦ୍ବିତୀୟ ଦିନରେ ଗୁରୁପୂଜନ, ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଗୀତ ନୃତ୍ଯ ପରିବେଷଣ ସଂଧ୍ୟାରେ ଘେଁସ ଡ୍ରାମା ଏକାଡେମୀ ଦ୍ବାରା ନାଟକ ଘାଟୀ,ଲୁ ପଦ୍ମପୁର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସାଙ୍ଗକୁ ଶତବାର୍ଷିକୀ ଉତ୍ସବଟି ଉଦଯାପିତ ହେବ ବୋଲି ଶତବାର୍ଷିକୀ ଉତ୍ସବ କମିଟି ତରଫରୁ ସୁଚନା ମିଲିଛି।ଏହି ସମସ୍ତ ପ୍ରସ୍ତୁତି ପାଇଁ ଏବେଠାରୁ ଗୁଦେରପାଲି ଅଞ୍ଚଳର ଯୁବକ ମାନଙ୍କ ମଧ୍ୟରେ ଉତ୍ସାହ ଉନ୍ମାଦନା ଦେଖିବାକୁ ମିଲୁଛି।