
ପଦ୍ମପୁର-ପଦ୍ମପୁର ନିକଟସ୍ଥ ଖଇରପାଲି ହାଇସ୍କୁଲ ପଡ଼ିଆଠାରେ ଗୋଲ୍ଡେନ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ୧୩ ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ତୃତୀୟ ଦିବସର ଖେଳରେ ଚାରି ଗୋଟି ଦଳ ମଧ୍ୟରୁ ଭଦ୍ରକ କ୍ବାଟର ଫାଇନାଲ ମ୍ୟାଚରେ ଝାଡ଼ଖଣ୍ଡକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ତୃତୀୟ ଦିନର ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବରେ ପଦ୍ମପୁରର ଡା. ସଞ୍ଜୟ କୁମାର ନାୟକ ଯୋଗଦେଇ ମେନ୍ ଅଫଦି ମ୍ୟାଚ ଭାବରେ ଭଦ୍ରକ ଦଳର ବାପିଙ୍କୁ ପୁରସ୍କୃତ କରିଥିଲେ।

ତୃତୀୟ ଦିନର ମ୍ୟାଚକୁ ଅମ୍ପାୟାର ସନମ ସାହୁ, ଅନ୍ତର୍ଯ୍ୟାମୀ ପଧା ନ,ଝସ ମେହେର, ଉମେଶ ଭୋଇ ପରିଚାଳନା କରିଥିବା ବେଳେ ସୁନୀଲ,ସନ୍ତୋଷ ସ୍କୋରର ଦାୟିତ୍ବ ତୁଲାଇଥିଲେ ଏବଂ ବୁଦ୍ଧଦେବ ମହାରଣା ଓ କୁମାର ଆନନ୍ଦ ଧାରାବିବରଣୀ ପ୍ରଦାନ କରିଥିଲେ । ସାନୁ, ଚନ୍ଦନ, ଗୋକୁଳ, ଉମେଶ, ଆକାଶ, ସୁଜିତ, ବିକାଶ, ଅର୍ଜୁନ, ସନ୍ତୋଷ, ଦୟା, ରୋହନ, ଆକାଶ,ସୁଶୀଲ, କ୍ୟାମେରା ମେନ ପପୁ, ଦେବା, ପ୍ରଦୀପ, ଯତୀନ, ସୌରଭ, ଜଗନ୍ନାଥ, ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।



