
ପଦ୍ମପୁର-ପଦ୍ମପୁର ନିକଟସ୍ଥ ଖଇରପାଲି ହାଇସ୍କୁଲ ପଡ଼ିଆଠାରେ ଗୋଲ୍ଡେନଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ୧୩ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଖଇରପାଲି ଜଗନ୍ନାଥ କମିଟିର ସମସ୍ତ ସଦସ୍ୟ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ପ୍ରଥମ ଦିନ ଖେଳରେ ୪ ଗୋଟି ଦଳ ମଧ୍ୟରୁ କେନ୍ଦ୍ରାପଡା କ୍ବାଟର ଫାଇନାଲ ମ୍ୟାଚରେ ବଲାଙ୍ଗୀରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି।

ପ୍ରଥମ ଦିନର ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବରେ ପଦ୍ମପୁରର ବରିଷ୍ଠ ସାମ୍ବାଦିକ ରତ୍ନମଣି ଶତପଥି,ନିଳକଣ୍ଠ ଦୀପ, କିରଟି ସାହୁ, ଡିଲେଶ୍ୱର ବାଗ, ସୁଦାମ ପ୍ରଧାନ, ଅଶ୍ୱିନୀ ଧରୁଆ ପ୍ରମୁଖ ଯୋଗଦେଇ ମେନ୍ ଅଫଦି ମ୍ୟାଚ୍ ଭାବରେ କେନ୍ଦ୍ରାପଡା ଦଳର ଲକୀଙ୍କୁ ପୁରସ୍କୃତ ପ୍ରଦାନ କରିଥିଲେ। ଜାନୁୟାରୀ ୨୫ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ ସୂଚନା ଦେଇଛନ୍ତି।

ପ୍ରଥମ ଦିନର ମ୍ୟାଚକୁ ଅମ୍ପାୟାର ସନମ ସାହୁ, ଉମେଶ ଭୋଇ ଏବଂ ସୁଜିତ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସୁନୀଲ, ସନ୍ତୋଷ ସ୍କୋରର ଦାୟିତ୍ବ ତୁଲାଇଥିବା ବେଳେ ବୁଦ୍ଧଦେବ ମହାରଣା ଓ କୁମାର ଆନନ୍ଦ ଧାରାବିବରଣୀ ପ୍ରଦାନ କରିଥିଲେ । ସାନୁ, ଚନ୍ଦନ, ଗୋକୁଳ, ଉମେଶ, ଆକାଶ, ସୁଜିତ, ବିକାଶ, ଅର୍ଜୁନ, ସନ୍ତୋଷ, ଦୟା, ରୋହନ, ସୁଶୀଲ, କ୍ୟାମେରା ମେନ ପପୁ, ଦେବା, ପ୍ରଦୀପ, ଯତୀନ, ଜଗନ୍ନାଥ, ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।



