ପଦ୍ମପୁର-ପଦ୍ମପୁର ସ୍ଥାନୀୟ ସିଂହନପୁର ସ୍ଥିତ ମା ଲଙ୍କେଶ୍ଵରୀ କ୍ରିକେଟ କ୍ଳବ ଦ୍ୱାରା ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଗ୍ରାମର ସ୍ୱର୍ଗତ ଦଇତାରୀ ସାହୁ ଏବଂ ଗୀତାଞ୍ଜଳି ମେହେରଙ୍କ ସ୍ମୃତିରେ ୧୩ତମ କ୍ରିକେଟ କପ ଆୟୋଜିତ ହୋଇଯାଇଛି। ତେବେ ଗ୍ରାମଦେବୀ ଲଙ୍କେଶ୍ୱରୀ ଙ୍କ ପୂଜାର୍ଚନା ସହ ଖେଳାଳି ମାନେ ପଡିଆକୁ ଆସି ପ୍ରଥମ ମ୍ୟାଚ ଆରମ୍ଭ କରିଥିଲେ। ମୁଖ୍ୟ ଅତିଥି ଭାବରେ ଝସକେତନ ସାହୁ, ଧନେଶ୍ୱର ମେହେର ଯୋଗଦେଇ କପର ଉଦଘାଟନ କରିଥିବା ବେଳେ ଆଗାମି ୫ ଦିନ ଧରି ମୋଟ ୨୪ ଗୋଟି ଦଳ ଏହି କପରେ ଅଂଶ ଗ୍ରହଣ କରିଥିବା ବେଳେ
ପ୍ରତ୍ୟେକ ଦିନ ଛଅ ଗୋଟି ଦଳ ମଧ୍ୟରେ ୫ଟି ଲେଖାଏଁ ମ୍ୟାଚ ହେବାକୁ ଥିବା ବେଳେ ପ୍ରତ୍ୟେକ ମ୍ୟାଚ ନାକଆଉଟ ମ୍ୟାଚ ହେବ। ତେବେ ଯେଉଁ ଦଳ ଅନ୍ୟ ୫ ଟି ଦଳ କୁ ପରାସ୍ତ କାରି ୪ ଟି ନକଆଉଟ ମ୍ୟାଚ ରେ ବିଜୟି ହେବେ ସେ ସିଧା ସଳଖ ସେମି ଫାଇନାଲ ରେ ପ୍ରବେଶ କରିବେ ବୋଲି ଆୟୋଜକ କମିଟି ତରଫରୁ ସୂଚନା ଦିଆଯାଇଛି। ତେବେ ଆଜି ପ୍ରଥମ ଦିନ ମ୍ୟାଚରେ ଖଇରା ଦଳ, ପଦ୍ମପୁର ନିଞ୍ଜା ସ୍ପୋର୍ଟିଂ, ସାନ ସାହାଜ ବାହାଲ ଦଳ, ଝାଙ୍କରପାଲି ଦଳ, କଂଶାପଲା ଦଳ ଖଇରପାଲି ଦଳ ନାକଆଉଟ ମ୍ୟାଚ ଖେଳିଥିଲେ।
ତେବେ ଫାଇନାଲରେ ବିଜୟି ଦଳକୁ କପ ସହ ୨୧୦୦୦ ନଗଦ ଟଙ୍କା ଏବଂ ରାନର୍ସଅଫ ଦଳକୁ କପ ସହ ୧୫୦୦୦ ନଗଦ ରାଶି ସହ ମ୍ୟାନ ଅଫ ଦି ସିରିଜ ହୋଇଥିବା ଖେଳାଳିଙ୍କୁ ଏକ ବାଇସକେଲ ସହ ପୁରସ୍କୃତ କରାଯିବ ବୋଲି କମିଟିର ସଭାପତି ମଣ୍ଟୁ ପାଣ୍ଡେ ସୂଚନା ଦେଇଛନ୍ତି। ତେବେ ଏହି କପର ଆୟୋଜନ ପାଇଁ କ୍ଳବର ଉପଦେଷ୍ଟା ତଥା ଜୁବ କାଉନ୍ସିଲର ଇଂ. କୁନାଲ ପାଣିଗ୍ରାହୀ, ସତ୍ୟବାନ ସାହା, ଡୁଲାଦେବ ସାହା, ମନୋଜ ସାହା, ସୁମିତ ସାହୁ, ପିଣ୍ଟୁ ସାହା, ସୋମନାଥ ବରିହା, ମନୋରଞ୍ଜନ ସାହା, ମାନସ ସାହୁ, ରୋଶନ ସାହା, ରିତୁରାଜ ସାହୁ, ରିପୁ ମେହେର, ଅମନ ପୁରୋହିତ, ଅର୍ଜୁନ ସାହା, ସୁରେଶ ଖରସେଲ ପ୍ରମୁଖ ସହଯୋଗ କରିଥିଲେ।