Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତି୧୩୦ତମ ଆଚାର୍ଯ୍ଯ ବିନୋବା ଭାବେ ଜୟନ୍ତୀ ସମାରୋହ ।

୧୩୦ତମ ଆଚାର୍ଯ୍ଯ ବିନୋବା ଭାବେ ଜୟନ୍ତୀ ସମାରୋହ ।

ବରପାଲି-ବରପାଲି ବ୍ଲକ ବିଜୟପଲ୍ଲୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଗ୍ରାମବାସିଙ୍କ ପକ୍ଷରୁ ୧୩୦ତମ ଆଚାର୍ଯ୍ଯ ବିନୋବା ଭାବେ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି।ଆବାହକ ବିଜୟ କୁମାର ବାବୁଙ୍କ ଅଧ୍ୟକ୍ଷତାରେ ସମାରୋହ ପରିଚାଳିତ ହୋଇଥିଲା। ବୁଧବାର ଅପରାହ୍ନରେ ଆୟୋଜିତ ଜାତିର ଜନକ ମାହାତ୍ମା ଗାନ୍ଧୀଙ୍କ ଆଧ୍ଯାତ୍ମିକ ପଟ୍ଟଶିଷ୍ଯ ଆଚାର୍ଯ୍ଯ ବିନୋବା ଭାବେଙ୍କ ଜୟନ୍ତୀ ଅବସରରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା।

ଆଲୋଚକ ଭାବରେ ବିଜୟ କୁମାର ବାବୁ,କ୍ଷିରେଶ୍ବର ନାଏକ,ବାଳମକୁନ୍ଦ ଦୀପ,ସ୍ବାଗତିକା ଦାଶଓ ଶ୍ରୀୟଙ୍କା ପ୍ରମୁଖ ଯୋଗ ଦେଇଥିଲେ। ଆଲୋଚ୍ଯ ବିଷୟ ଗାନ୍ଧିଙ୍କ ବିଚାରଧାରା ଓ ଗ୍ରାମ ସ୍ବରାଜ, ଗ୍ରାମଦାନ ଓ ବିନୋବାଙ୍କ ପଦଯାତ୍ରା, ସର୍ବୋଦୟ ସମାଜ ଗଠନ ଓ ତାର ଉପଯୋଗିତା ସମ୍ପର୍କରେ ଆଲୋଚକ ମାନେ ବିଶ୍ଲେଷଣ କରିବା ସହ ଭୂଦାନ ଯଜ୍ଞ,ସମାଜସେବା, ସାମାଜିକ ବ୍ଯବସ୍ଥାକୁ ନେଇ ଉପସ୍ଥାପନ ମାନ କରିଥିଲେ। ଏହି ଅବସରରେ ମହାବିଦ୍ଯାଳୟ ଛାତ୍ରଛାତ୍ରୀ ମାନେ ମଧ୍ଯ ଆଲୋଚ୍ଯ ବିଷୟ ଉପରେ ନିଜ ବକ୍ତବ୍ଯ ମାନ ଉପସ୍ଥାପନ କରିଥିଲେ।

କାର୍ଯ୍ଯକ୍ରମ ପ୍ରାରମ୍ଭରୁ ମାହାତ୍ମାଗାନ୍ଧି ଓ ବିନୋବା ଭାବେଙ୍କ ଫଟ ଚିତ୍ରରେ ପୁଷ୍ପ ଅର୍ଘ୍ଯ ପ୍ରଦାନ କରାଯାଇଥିଲା। ପରିଚାଳନାରେ ଶ୍ରୀକାନ୍ତ ନାଏକ,କୁମର ବରିହା,ମଳୟ ବୁଡେକ,ଭୋଲା ସାହୁ,କିଶୋର ଦିପ,ଜୟଶ୍ରୀ ବଢେଇ,ଦିପାଞ୍ଜଳି ମହାନନ୍ଦ,ସତ୍ଯବତି ନାଗ,ନିରୂପା ଦିପ ପ୍ରମୁଖଙ୍କ ସହ ଗ୍ରାମବାସି ମାନେ ସହଯୋଗ କରିଥିଲେ।

error: Content is protected !!