ବରପାଲି-ବରପାଲି ବ୍ଲକ ସିକିର୍ଡି ଗ୍ରାମରେ ୧୩ତମ ମାଁଧନ ଲକ୍ଷ୍ମୀଙ୍କ ନିତିକାନ୍ତି ମଧ୍ଯରେ ପୁଜାର୍ଚ୍ଚନା ମହୋତ୍ସବ ସମ୍ପର୍ଣ୍ଣ ହୋଇଯାଇଛି। ରବିବାର ମାଁ ଧନଲକ୍ଷ୍ମୀଙ୍କ ମୃଣୟୀ ମୃର୍ତ୍ତି ଭଷାଣି ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି। ଗତ ବୁଧବାର ପୁର୍ବାହ୍ନରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଘଣ୍ଟ ବାଦ୍ୟ, ଦୂଲ ଦୁଲୀ ବାଜା ସହ ଶୋଭାଯାତ୍ରା ଗ୍ରାମ ପରିକ୍ରମା ମାଧ୍ଯମରେ କ୍ଲବ ପରିସର ପୂଜା ମଣ୍ତପରେ ପହଞ୍ଚିଥିଲେ। ପଣ୍ତିତ ଓ ଆଚାର୍ଯ୍ଯ ମାନଙ୍କ ଦ୍ବାରା ମାଁଙ୍କ ପୂଜାବିଧି ଆରମ୍ଭ କରାଯାଇଥିଲା ।
କମଳ ସାହୁ ଏବଂ ଧର୍ମପତ୍ନୀ ଦମୟନ୍ତୀ ସାହୁ ପୂଜାକର୍ତ୍ତା ଦାୟିତ୍ଵଭାର ତୁଳାଉଥିବା ବେଳେ ପଣ୍ଡିତ ସୌରଭ ଷଢଙ୍ଗୀଙ୍କ ସମେତ ଆଚାର୍ଯ୍ଯ ଝସକେତନ ହୋତା ପୂଜାର୍ଚ୍ଚନା ଓ ବିଧି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଶନିବାର ହୋମଯଜ୍ଞ ଅନୁଷ୍ଠାନର ଆୟୋଜନ ସହ ଲକ୍ଷ୍ମୀ ଶହସ୍ର ପାଠ ସହ କଳସ ବିସର୍ଜନ ଓ ହୋମଯଜ୍ଞ ପର୍ବର ପୂର୍ଣ୍ଣାହୁତୀ ସମ୍ପର୍ଣ୍ଣ ହୋଇଥିଲା। ଶୁକ୍ରବାର ପୂଜାରମ୍ଭ ହେବା ସହିତ ମାଁଙ୍କ ନିକଟରେ ମହାଭୋଗ ଲାଗି ବିଧି ପାଳିତ ହୋଇଥିଲା। ପ୍ରତିଦିନ ରାତ୍ର ସମୟରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ ମାନ କରାଯାଇଥିବା ବେଳେ ପାରମ୍ପାରିକ ସାଂସ୍କୃତିକ ବ୍ଯବସ୍ଥା ମାନ ମଧ୍ଯ ଆୟୋଜିତ ହୋଇଥିଲା।