ପଦ୍ମପୁର-ବରଗଡ ଜିଲ୍ଲା ଟାଲ ଗ୍ରାମ ପଞ୍ଚାୟତ ଦିପ୍ତିପୁର ଠାରେ ଖ୍ରୀଷ୍ଟିୟ ଯୁବକ ସଂଘ ଦ୍ବାରା ଆୟୋଜିତ ବଡଦିନ ପର୍ବ ଅବସରରେ ୧୩ ତମ ଖ୍ରୀଷ୍ଟମାସ କପ ଉଦଯାପିତ ହୋଇଯାଇଛି।ଉଦଯାପନି ଦିନ ପ୍ରଥମେ ଖଏରପାଲି ଦଳ ଓ ବାଲିପଟା ଦଳ ମଧ୍ୟରେ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବାଲିପଟା ଦଳ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲା।ଦ୍ବିତୀୟ ସେମିଫାଇନାଲ ମ୍ୟାଚ ପଦପୁର ଦଳ ଓ ଭେଁଉରିଆ ଦଳ ମଧ୍ୟରେ ମ୍ୟାଚ ଅନଷ୍ଠିତ ହୋଇଥିଲା।ଏଥିରେ ଭେଁଉରିଆ ଦଳ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲା। ଫାଇନାଲ ମ୍ୟାଚ ବାଲିପଟା ଦଳ ଓ ଭେଁଉରିଆ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ବାଲିପଟା ଦଳ ବ୍ୟାଟିଂ କରି ୧୦ ଓଭରେ ୬ ହରାଇ ୧୦୬ ରନ କରିଥିଲା। ଦଳ ତରଫରୁ ଛୋଟୁ ଆକାଶ ୫୪ ରନ କରିଥିଲେ। ଜବାବରେ ଖଏରପାଲି ଦଳ ୧୦ ଓଭରେ ୯୬ ରନ କରି ପରାଜିତ ହୋଇଥିଲା। ଉଦଯାପନୀ ଉତ୍ସବରେ ସୁଜୟ ସାଗର ମଞ୍ଚପରିଚାଲନା କରିଥିଲେ। ଆଚାର୍ଯ୍ୟ ମର୍ସି ସୌରଭ କୁମାରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ପଦପୁର ବିଧାୟିକା ବର୍ଷା ସିଂ ବରିହା,ସମ୍ମାନୀତ ଅତିଥି ଭାବେ ମିହିର ରଞନ ସାଗର,ଅମିତରାଜ ସାଗର,ସଂଜୀବ ନାଗ୍,ରାଜନନ୍ଦନ ସାଗର,ଡ. ଅଭିଜିତ ଦୀପ,ତୁବୁ ସୁନା,ଯୁନସ ଏକ୍କା,ଜଗଦିଶ ସାଗର,ଇସାକ୍ ନନ୍ଦ,ଆଚାୟ୍ୟ ଦାନିଏଲ ନନ୍ଦ ପ୍ରମୁଖ ଯୋଗଦେଇଥିଲେ।ବିଜେତା ଦଳକୁ ସୁନ୍ଦର ଟ୍ରଫି ସହ ୩୦ହଜାର ଟଙ୍କା ଓ ଉପବିଜେତା ଦଳକୁ ସୁନ୍ଦର ଟ୍ରଫି ସହ ୨୦ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା। ଟୁଣ୍ଣାମେଣ୍ଟର ସର୍ବଶ୍ରେଷ୍ଟ ଖେଳାଲି ବାଲିପଟା ଦଳର ଛୋଟୁ ଆକାଶକୁ ପୁରସ୍କୃତ କରାଯାଇଥଲା। ବଡଦିନ ଓ ନୂଆବର୍ଷ ଅବସରରେ ଦିପ୍ତିପୁର ଖ୍ରୀଷ୍ଟିୟ ଯୁବକ ସଂଘ ତଥା ଗ୍ରାମବାସୀ ତରଫରୁ ଅଞ୍ଚଳର ଅସହାୟ ବୃଦ୍ଧା,ଅନାଥ ଶିଶୁ ମାନଙ୍କୁ ବଡଦିନ ପର୍ବ ଅବସରରେ ଶୀତ ବସ୍ତ୍ର,ସ୍କୁଲ ସାମଗ୍ରୀ ଅତିଥି ମାନଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା।ଅନୁଷ୍ଠାନ ତରଫରୁ ସମସ୍ତ ଅତିଥି ମାନଙ୍କ ଉପଢୌକଣ ଦେଇ ସମ୍ମାନୀତ କରାଯାଇଥିଲା।ଖେଲପରିଚାଲନା କରୁଥିଲେ ହନୁ ଅଗ୍ରଓ୍ବାଲ, ଉମେଶ ଭୋଇ,ସୁମିଲ ବେହେରା,ନରୋତ୍ତମ ପଧାନ ଏବଂ,ସ୍କୋରୀଙ୍କକରୁଥିଲେ ସାମୁଏଲ କଲେତ, ଆଲୋକ ସୁନା। ସମ୍ବଲପୁରୀ ଭାଷାରେ ଧାରାବିବରଣୀ ଦଉଥିଲେ ସମୀର ନାଗ,ରଶ୍ମୀରଞନ ନନ୍ଦ,ସୁଜୟ ସାଗର,। ଶେଷରେ ଖ୍ରୀଷ୍ଟିୟ ଯୁବକ ସଂଘର ସଭାପତି ମୋହିତରାଜ ଦୀପ୍ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଖ୍ରୀଷ୍ଟିୟ ଯୁବକ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।