Friday, November 22, 2024
spot_imgspot_imgspot_img
Homeରାଜ୍ୟୟୁନିୟନ ବ୍ୟାଙ୍କର ୧୦୬ ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତ ଦାନ ଶିବିର : ୪୨ୟୁନିଟ...

ୟୁନିୟନ ବ୍ୟାଙ୍କର ୧୦୬ ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତ ଦାନ ଶିବିର : ୪୨ୟୁନିଟ ରକ୍ତ ସଂଗୃହୀତ ।

ଭଟଲି-ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ୟୁନିୟନ ବ୍ୟାଙ୍କ ଠାରେ ୟୁନିୟନ ବ୍ୟାଙ୍କ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ୟୁନିୟନ ବ୍ୟାଙ୍କ କମଗାଁ ଶାଖାର ଶାଖା ପରିଚାଳକ ନିଶାନ୍ତ ସିଲାଦିତ୍ୟ ମହାନ୍ତି, ସୁବ୍ରତ ଷଡଙ୍ଗୀ,କମଗାଁ ଜୁନିୟର କଲେଜର ପ୍ରିନ୍ସିପାଲ ପ୍ରେମାନନ୍ଦ ପଟେଲ ଅତିଥିଭାବରେ ଯୋଗଦେଇ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ୬ଜଣ ମହିଳା ଓ ୩୬ଜଣ ପୁରୁଷ ଙ୍କୁ ମିଶାଇ ସର୍ବମୋଟ ୪୨ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।

ପରିଶେଷରେ ରକ୍ତଦାନ ଶିବିର ଆୟୋଜନ ପାଇଁ କମଗାଁ ୟୁନିୟନ ବ୍ୟାଙ୍କକୁ ନିଷ୍ଠା ପରିବାର ତରଫରୁ ଏକ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିରକୁ କମଗାଁ ୟୁନିୟନ ବ୍ୟାଙ୍କର ହର୍ଶିତା ଅଗ୍ରୱାଲ,ଦେବାଶିଷ ସ୍ୱାଇଁ, ସୁବାଷ ଶତପଥୀ, ପ୍ରହଲ୍ଲାଦ ବାଗ ଓ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ,ଜିତୁ ମହାପାତ୍ର,ମାନସ ମେହେର, ଜୟନ୍ତ ପ୍ରଧାନ,ଚିତ୍ର ପ୍ରଧାନ, ହେମାଞ୍ଚଲ ସାହୁ, ରାତ୍ର ପ୍ରଧାନ,ପୱନ ଷଡଙ୍ଗୀ,ଦିନେଶ ପ୍ରଧାନ ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା ଓ ୟୁନିୟନ ବ୍ୟାଙ୍କ କମଗାଁ ଶାଖା କୁ ନିଷ୍ଠା ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

error: Content is protected !!