Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିହେପ୍ପି ଫିଟ୍ ଡାନ୍ସ୍ ଏକାଡେମୀ ତରଫରୁ ଦାଣ୍ଡିଆ ନାଚ କାର୍ଯ୍ୟକ୍ରମ।

ହେପ୍ପି ଫିଟ୍ ଡାନ୍ସ୍ ଏକାଡେମୀ ତରଫରୁ ଦାଣ୍ଡିଆ ନାଚ କାର୍ଯ୍ୟକ୍ରମ।

ପଦ୍ମପୁର-ପଦ୍ମପୁର ସହରର କଲେଜ ରୋଡ଼ସ୍ଥିତ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପଠାରେ ହେପି ଫିଟ୍ ଡାନ୍ସ୍ ଏକାଡେମୀ ଓ ସିଦ୍ଧି ବିନାୟକ ଏକାଡେମୀ ତରଫରୁ ଦାଣ୍ଡିଆ ନାଚ ୨୦୨୫ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବରେ ଏକ ଟଙ୍କିଆ ସଙ୍ଗୀତ ସ୍କୁଲର ପ୍ରତିଷ୍ଠାତା ସୁରେନ୍ଦ୍ର ସାହୁ,ନାଟ୍ୟକାର ଅଶୋକ ବହିଦାର,ସଙ୍ଗୀତଜ୍ଞ ରମେଶ ଗୁର୍ଲା, ସଞ୍ଚାର ଶିଳ୍ପୀ ଅଚ୍ୟୁତ ବେହେରା ଓ ସଙ୍ଗୀତଜ୍ଞ ରାଜେଶ ଗୁର୍ଲା ପ୍ରମୁଖ ଯୋଗଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତି ଲାୟନ୍ସ ସୌମ୍ୟଜିତ ପାଢ଼ୀ, ସ୍ୱାଭିମାନ ମିଶ୍ର, ମହେଶ କୁମାର ବେହେରା, ସାନୁ ମେହେର, ପ୍ରତାପ ନାଥ, ଆଶୀର୍ବାଦ ପୁରୋହିତ, ହୀରଣ୍ମୟ ମହାପାତ୍ର, ସୁନ୍ଦରମଣି ସାହୁ, ଜୟ ପ୍ରକାଶ ଅଗ୍ରୱାଲ, ତାପସ ନାୟକ, ତାଜେନ୍ଦର୍ ସିଂ, ଆଶିଷ ସାହୁ, ସୋମନାଥ ଅଗ୍ରୱାଲ ପ୍ରମୁଖ ଉତ୍ତରୀୟ, ମାନପତ୍ର ଓ ଗୋଟିଏ ଲେଖାଏଁ ଗଛ ପ୍ରଦାନ କରି ହେପ୍ପି ଫିଟ୍ ଡାନ୍ସ୍ ଏକାଡେମୀ ତରଫରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।

ଡ. ଦୁର୍ଗାଶିଷ ପଟ୍ଟନାୟକ ଓ ପ୍ରୀତି ମିଶ୍ର ମଞ୍ଚ ପରିଚାଳନା କରିଥିଲେ‌। ସହର ଓ ଆଖପାଖ ଅଞ୍ଚଳରୁ ଶତାଧିକ ପୁରୁଷ ଓ ମହିଳା ଦାଣ୍ଡିଆ ନାଚରେ ଯୋଗଦାନ ମଜା ନେଇଥିଲେ । ଆକାଶ, ବ୍ରଜେଶ, ବିନି, ସୋମ୍ୟ, ନିତୁ, ବିଜୁ, ରାଜୀବ, ଦିନେଶ, ମଳୟ, ସାଗର, ପ୍ରତୀକ, ଓମ୍, ସୋମଦେବ, କ୍ରିଷ୍ଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ପରିଶେଷରେ ହେପ୍ପି ଫିଟ୍ ଡାନ୍ସ୍ ଏକାଡେମୀର ପ୍ରତିଷ୍ଠାତା ମୀନାକ୍ଷୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!