ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ଅଧିନ ହିର୍ଲିପାଲି ପଂଚାୟତର ହିର୍ଲିପାଲିରୁ ବାଘବାହାଲ ପର୍ଯ୍ୟନ୍ତ ମାଟି ରାସ୍ତା ଅତି ଶୋଚନୀୟ ହୋଇପଡିଥିଲା । ବର୍ଷା ଋତୁରେ ଲୋକେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ଏହି ରାସ୍ତା ନିର୍ମାଣ ପାଇଁ ସମିତିସଭ୍ୟ ବିଦ୍ୟାଧର ପ୍ରଧାନ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଫଳରେ ଏହି ରାସ୍ତା ନିର୍ମାଣ କରିବା ପାଇଁ ଆରଡି ବିଭାଗର କର୍ମଚାରୀମାନେ ଜେଇ ଯଦୁମଣି କିଶାନ ଓ ସମିତି ସଭ୍ୟ ବିଦ୍ୟାଧର ପ୍ରଧାନ ଓ ଗ୍ରାମବାସୀଙ୍କ ଉପସ୍ତିତିରେ ସର୍ଭେ କାମ ଆରମ୍ଭ ହୋଇଛି । ରାସ୍ତା ନିର୍ମାଣ ହେବା କଥା ଜାଣି ଗ୍ରାମବାସୀ ବହୁତ ଖୁସି ଅନୁଭବ କରୁଥିବା ଜଣାପଡିଛି ।



