ବରପାଲି – ହିମାଦ୍ରୀ ନଗର, ଶିବାଜୀ କ୍ଲବ ତରଫରୁ ମହାନ ପୌରାଣିକ ଶୀତଳଷଷ୍ଠୀ ଯାତ୍ରାର ୫୪ ତମ ହରିହର ଭେଟ , ଦୋଳ ପୂର୍ଣ୍ଣମା ଉତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଦିନ ଶୀତଳ ଷଷ୍ଠୀ ଯାତ୍ରା କମିଟି ତରଫରୁ ମନୋନୀତ କନ୍ୟା ପକ୍ଷ ରୁ ହରିହର ଭେଟ, ଦୋଳ ଉତ୍ସବ ରେ ଆଳତୀ ପ୍ରଦାନ କରା ଯାଇଥାଏ। ଏଥର କନ୍ୟାପକ୍ଷ ଭାବରେ ଶିବାଜୀ କ୍ଲବ କୁ ମନୋନୀତ କରାଯାଇ ଥିବାରୁ ହିମାଦ୍ରୀ ନଗର ବାସୀ ଭାବରେ ମହା ଆଡମ୍ବର ସହ ଶୋଭାଯାତ୍ରାରେ ବାହାରି ବରପାଲି ପରିକ୍ରମା କରି ହରିହର ଭେଟ ବଜାର ପ୍ରାଙ୍ଗଣ ସ୍ଥିତ ମିଳନ ମଣ୍ଡପ ରେ ପହଞ୍ଚିବ। ହରିହର ଙ୍କ ଭେଟ ପରେ ଦୋଳ ଉତ୍ସବ ପରେ, ଯଥା ବିଧି ପୂଜାପାଠ ଓ ଆଳତୀ ପରେ ସେଠାରୁ ପୁଣି ଶୋଭାଯାତ୍ରା ବାହାରି ହିମାଦ୍ରୀ ନଗର, ଶିବାଜୀ କ୍ଲବ କୁ ପହଞ୍ଚିବ ଓ ସେଠାରେ ଦୋଳ ଉତ୍ସବ ପାଳନ ହେବ। ବୈଠକ ରେ ବିଜୁ ମେହେର ସଭାପତିତ୍ବ କରିଥିବା ବେଳେ ସଂପାଦକ ଧର୍ମରାଜ ସିଂ ବରିହା କାର୍ଯ୍ୟକ୍ରମ ର ବିବରଣୀ ଉପସ୍ଥାପନ କରିଥିଲେ। ଉକ୍ତ ଶୋଭାଯାତ୍ରାରେ ରେ ଶିବାଜୀ କ୍ଲବର ଆବାଳ ବୃଦ୍ଧ ବନୀତା ସାମିଲ ହେବାପାଇଁ ପ୍ରସ୍ତାବ ଗ୍ରହଣ କରା ଯାଇଥିଲା। କନ୍ୟାପିତା ପରମେଶ୍ଵର ମେହେର ତଥା ସମସ୍ତ ସଭ୍ଯ ଉପସ୍ଥିତ ଥିବା ଉକ୍ତ ବୈଠକ ରେ ଶୁଶିଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

